July 1, 2025
Home » କବିସୂର୍ଯ୍ୟନଗର ରାଜନୀତି ରେ ବିଜେଡି କୁ ପଡିଛି ଶନି ଦଶା

କବିସୂର୍ଯ୍ୟନଗର ରାଜନୀତି ରେ ବିଜେଡି କୁ ପଡିଛି ଶନି ଦଶା

0
WhatsApp Image 2024-08-05 at 9.44.32 AM

କବିସୂର୍ଯ୍ୟନଗର ( ) ଗଞ୍ଜାମ.. ସବୁଠି ଦଳୀୟ କନ୍ଦଳ, ବଢ଼ିବାରେ ଲାଗିଛି.. ପଞ୍ଚାୟତ, ପୌରାଞ୍ଚଳ ଠାରୁ ଆରମ୍ଭ କରି ନବୀନ ନିବାସ, ଏବଂ ରାଜ୍ୟସଭା ଯାଏଁ ଅସନ୍ତୋଷ ଥିବା ନେତା ଦଳ ଛାଡୁଥିବା ବେଳେ ଆଉ କେଉଁଠି କ୍ଷମତା ଲୋଭ ପାଇଁ ଦଳୀୟ ପଦ ପଦବୀ ଧାରୀ ଙ୍କୁ ଅନାସ୍ଥା ଭୟ ଦେଖାଇ ଦଳ ଭାଙ୍ଗିବାକୁ ଚାଲିଲାଣି ଯୋଜନା..ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର NAC ଅଧ୍ୟାକ୍ଷା ଙ୍କ ବିରୁଦ୍ଧରେ ଆସିବକି ଅନାସ୍ଥା.. ନା ଇସ୍ତଫା ଦେବେ ଅଧ୍ୟାକ୍ଷା ତାହାକୁ ନେଇ ଏବେ ଆରମ୍ଭ ହେଲାଣି ଚର୍ଚ୍ଚା.. ନିର୍ବାଚନ ପୂର୍ବରୁ ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ କ୍ଷମତା ଅନ୍ଧ ରେ ବୁଡିରହିଥିବା ବିଜେଡି କବିସୂର୍ଯ୍ୟନଗର ବ୍ଲକ ଅଧ୍ୟାକ୍ଷା ଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଇଵା ପରେ ଦଳ ଆଉ କ୍ଷମତା କୁ ଆସିପାରିଲାନି ଦଳ…ତାପରେ ହାତରୁ ଖସିଗଲା. ବ୍ଲକ…. ଏବେ ବିଜେପି ସରକାର ଆସିବା ପରେ ସଙ୍କଟ ରେପଡିଯାଇଛି ବିଜେଡି.।
ବ୍ଲକ ବିବାଦ ହାଇକୋର୍ଟ ରେ ପହଂଚିଥିବା ବେଳେ ପୁଣି ଏବେ କବିସୂର୍ଯ୍ୟନଗର NAC ରେ ସଂଗୀନ ପରିସ୍ଥିତି ଦେଖିବାକୁ ମିଳିଲାଣି.. ନିର୍ବାଚନ ପୂର୍ବରୁ ବିଜେଡି ସ୍ଥିତି ଭଲ ଥାଇ 18 ଟି କାଉନ୍ସିଲର ମଧ୍ୟରୁ 17 ଜଣ ବିଜେଡି କାଉନ୍ସିଲର ଏବଂ NAC ଅଧ୍ୟକ୍ଷା ବିଜେଡିର ଥିଲେ ମଧ୍ୟ ଏଠି ବିଜେଡି ର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପି ଫାଇଦା ଉଠାଇଲା…ଲୋକେ ଡାଇରେକ୍ଟ ବିଜେଡି କୁ ଭୋଟ ଦେଇ ଅଧ୍ୟକ୍ଷା ନିର୍ବାଚିତ କରିଥିବା ବେଳେ.. ବିଜେଡି କନ୍ଦଳ ପାଇଁ NAC ଅଧ୍ୟକ୍ଷାଙ୍କୁ ହଟାଇବାକୁ ଅନାସ୍ଥା ଆଣିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ଆଲୋଚନା ହେଲାଣି .. ଅନ୍ୟ ପକ୍ଷରେ ଅନାସ୍ଥା ଘଟଣା ଶୁଣିବା ପରେ ଦୋଷ ନଥାଇ ପଦ ହରାଇବା ପୂର୍ବରୁ ଲୋକଙ୍କୁ ଜଣାଇ ନିଜେ ଇସ୍ତଫା ଦେବାକୁ କୁଆଡେ କହିଲେଣି ଅଧ୍ୟକ୍ଷା…ହେଲେ ସରକାର ବିଜେପି ଆସବା ପରେ ସବୁଠି ବିଜେଡି ର ଏଭଳି ଅବସ୍ଥା କାହିଁକି ଆସୁଛି ତାହାକୁ ନେଇ ରାଜନୈତିକ ମହଲରେ ବିସ୍ମିତ କଲାଣି… କବିସୂର୍ଯ୍ୟନଗର NAC ରେ ପରିଚାଳନାଗତ ତୃଟି ନେଇ ପୂର୍ବରୁ ଆଲୋଚନା ହେଉଥିବା ବେଳେ ଏବେ ଅଧ୍ୟକ୍ଷା ହଟାଇବା ଯୋଜନା କୁ ନେଇ ବିଜେଡି କନ୍ଦଳ ପଦାରେ ପଡ଼ିଲାଣି..
ହେଲେ ଲୋକଙ୍କ ମନରେ ଯାହା ପ୍ରଶ୍ନ ଆସୁଛି ଅଧକ୍ଷା ଇସ୍ତଫା ଦେବେ ନା ଅନାସ୍ଥା ଆଣିବେ ବିଜେଡି କାଉନ୍ସିଲର ତାହା ଦେଖିବାକୁ ଅପେକ୍ଷା…

କବିସୂର୍ଯ୍ୟନଗର ଇପିଏ ରୁ ସରୋଜ ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *