October 16, 2024
Home » କବିସୂର୍ଯ୍ୟନଗର ରେ ବିଜେଡି ଦାବିଦାର କୁ ନେଇ ଦ୍ୱନ୍ଦ୍ୱ !

କବିସୂର୍ଯ୍ୟନଗର ରେ ବିଜେଡି ଦାବିଦାର କୁ ନେଇ ଦ୍ୱନ୍ଦ୍ୱ !

0

କବିସୂର୍ଯ୍ୟନଗର ରେ ବିଜେଡି ଦାବିଦାର କୁ ନେଇ ଦ୍ୱନ୍ଦ୍ୱ! ଦଳ ବିରୋଧୀ ଙ୍କ ସମାନ୍ତରାଳ ପଦଯାତ୍ରା ପାଇଁ ପ୍ରସ୍ତୁତି କୁ ନେଇ ଅଡୁଆରେ କର୍ମୀ…

କବିସୂର୍ଯ୍ୟନଗର : ଭୋଟ ଦେଲେ, ବିଜୟୀ କଲେ ଶେଷରେ ଗ୍ରହଣ କଲାନି ବିଜେପି. ପୁଣି ବିଜେଡି ସଂଗଠନ ପାଇଁ ଆରମ୍ଭ ହେଲା ବୈଠକ.. ସୋସିଆଲ ମିଡ଼ିଆ ରେ ବୁଲୁଛି ଭିଡିଓ…ଦିନ ଥିଲା ସମସ୍ତେ ବିଜେଡି ବୋଲି ଦାବୀ କରିଆସୁଥିଲେ କିନ୍ତୁ ସାଧାରଣ ନିର୍ବାଚନ ରେ କବିସୂର୍ଯ୍ୟନଗର ବିଜେଡି ବିଧାୟକ ପ୍ରାଥୀନି ଙ୍କୁ ଖୁଲମଖୋଲା ବିରୋଧ କରିଵା ଘଟଣା ହାଟରେ ପଡି ଦାଣ୍ଡ ରେ ଗଡ଼ିବା ପରେ ଏବେ ପୁଣି ବିଜେଡି ସଂଗଠନ ପାଇଁ ଅଣ୍ଟା ଭିଡ଼ିଲେଣି କିଛି ଆଗ ଧାଡ଼ିର ନେତା..
ନେତାଙ୍କୁ ବିରୋଧ କରିଥିଲେ କିନ୍ତୁ ଦଳକୁ ନୁହେଁ ବୋଲି କୁହାଗଲା.. ହେଲେ କବିସୂର୍ଯ୍ୟନଗର ରେ ପୂର୍ବତନ ବିଧୟିକା ଲତିକା ପ୍ରଧାନ ଙ୍କୁ ପ୍ରତ୍ୟକ୍ଷ ବିରୋଧ କରି ବିଜେପି ସପକ୍ଷରେ ଭୋଟ ସଚେତନ କରି ବିଜେପି ଜିତିବା ପରେ.. ବିଜେଡି ନେତାଙ୍କୁ ପ୍ରତ୍ୟାଖ୍ୟାନ କଲେ ବିଜେପି ବିଧାୟକ..
କିନ୍ତୁ ବିଧାୟିକାଙ୍କୁ ବିରୋଧ କରିଥିବା ଦଳ ବିରୋଧୀ ଙ୍କୁ ବିଜେଡି ର କୁଆଡେ ନୀରବ ସମର୍ଥନ ରହିଥିବା କୁହାଯାଉଥିବା ବେଳେ.. ଏବେ ପୁଣି ବିଜେଡି ସଂଗଠନ ପାଇଁ ଆରମ୍ଭ ହେଲାଣି ବୈଠକ.. ଲତିକା ପ୍ରଧାନ ଙ୍କ ନେତୃତ୍ୱ ରେ ଜନ ସମ୍ପର୍କ ପଦଯାତ୍ରା ସରିଥିବା ବେଳେ ପୁଣି ଜନ ସମ୍ପର୍କ ପଦଯାତ୍ରା ପାଇଁ ସୋମବାର ଦିନ କବିସୂର୍ଯ୍ୟନଗର ରେ ଲତିକା ବିରୋଧୀ ଗୋଷ୍ଠୀ ଙ୍କ ବସିଥିଲା ସାଙ୍ଗଠନିକ ବୈଠକ… ବୈଠକ ରେ ଯାହା ଆଲୋଚନା ହେଲା ସବୁ ସୋସିଆଲ ମିଡ଼ିଆ ରେ ବୁଲିଲା.
ଯାହା ଜଣାପଡିଲା ବିଜେଡି ରେ ରହି ବିଜେପି କୁ ସମର୍ଥନ କରିଥିବା ଭିଡିଓ ରୁ ଜଣାପଡୁଛି.. କବିସୂର୍ଯ୍ୟନଗର ବିକାଶ ପାଇଁ ପୂର୍ବରୁ ବିଜେପି ବିଧାୟକ ଙ୍କ ସହ କିପରି ଥିଲା ବିଜେଡି ନେତା ଙ୍କ ଆଲୋଚନା ସେ ଭିଡିଓ ରୁ ସ୍ପଷ୍ଟ ଜଣାପଡୁଛି..ଭୋଟ ଦେଇ ସାରିଲେଣି. ଏବେ ଆଉ କଣ ପାରିବା ବୋଲି ଜଣେ ନେତା ବିରକ୍ତି ପ୍ରକାଶ କରିଛନ୍ତି..
ଜିତିବା ପରେ ବିଜେପି ବିଧାୟକ ଆଉ ସମ୍ପର୍କ ରଖୁନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି..
ହେଲେ କବିସୂର୍ଯ୍ୟନଗର ରାଜନୀତି ରେ ଦଳ ବିରୋଧୀ ଙ୍କ ପୁଷ ମାସ ଚାଲିଥିବା ବେଳେ ଯଦିଓ ଏମାନେ ବିଜେଡି ବୋଲି ନିଜକୁ ଦାବୀ କରୁଛନ୍ତି ତାହାଲେ NAC ରେ ବିଜେଡି ପୁର୍ଣ ସଂଖ୍ୟାଗରିଷ୍ଠତା ଥାଇ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ କାହିଁକି ଅନାସ୍ଥା ପାଇଁ ଚାଲିଛି ଉଦ୍ୟମ ତାହା କୁ ନେଇ ପ୍ରଶ୍ନ ଉଠିଛି..ହେଲେ କବିସୂର୍ଯ୍ୟନଗର ରେ ବିଜେଡି ମଙ୍ଗ କିଏ ଧରିବ ଦଳ କାହାକୁ ନେତା କରିବ ତାହା ଆଶା ଆଶଙ୍କା ରେ ରହିଛି..

Leave a Reply

Your email address will not be published. Required fields are marked *