କରଡ଼ାରେ ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତର କରଡ଼ା ଠାରେ ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ମହିଳା ଓ ପୁରୁଷ ଏବଂ ଯୁବଗୋଷ୍ଠୀ ଙ୍କ ଦ୍ଵାରା ନିମନ୍ତ୍ରିତ ହୋଇଥିବା ଅତିଥି ମାନଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ମାଧ୍ୟମରେ ସ୍ୱାଗତ କରି ପାଛୋଟି ନେଇଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ସୁଣ୍ଢିଢାମୁଣୀ ସମିତି ସଭ୍ୟ କମଳ ଲୋଚନ ମୁଟିକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସରପଞ୍ଚ ଭାସ୍କର କାଡ୍ରାକା,ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ଜଗଦୀଶ ନାୟକ ବେହେରା,ସ୍ଥାନୀୟ ସମାଜସେବୀ ବାତ୍ରୀ ମାଣ୍ଡାଙ୍ଗି, ଯୁବ ବିଜେଡି ନେତା ସଞ୍ଜୟ କୁମାର ପ୍ରଧାନ,ବିଜେପି ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା ,ମକର ଧ୍ୱଜ ଧୋବା,ଗୁଲୁଣ୍ଠି ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ସ୍ୱତନ୍ତ୍ର ଅତିଥି ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି ମାଳତୀ ମୁଟିକା, ସମ୍ପାଦକ ତୁଳସା ମୁଟୁକା ପ୍ରମୁଖ ଯୋଗ ଦେଇଥିଲେ।ଏହି ଉଦଘାଟିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିବସର ପ୍ରଥମ ମ୍ୟାଚ ଗୋସେଇଁ ଗୁଲୁମୁଣ୍ଡା ଓ ଟାସ୍କି ମଧ୍ୟରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡ଼ାରେ ମୋଟ ୩୨ ଗୋଟି ଟିମ୍ ମଧ୍ୟରୁ ଯେଉଁ ଦୂଇ ଟିମ୍ ବିଜୟୀ ହେବେ ସେହି ଟିମ ଫାଇନାଲ ମ୍ୟାଚ ଖେଳିବେ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ଏହି ପ୍ରତିଯୋଗିତା ଟି ଚଳିତ ମାସ ୨୭ ତାରିଖରେ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ହୋଇଥିବା ଅତିଥି ମାନେ ଭାଇଚାରାର ବାର୍ତା ଓ ରାଜ୍ୟସ୍ତରୀୟ ଖେଳରେ ମଧ୍ୟ ସାମିଲ ହୋଇପାରିବେ ଏବଂ ଏପରି ଖେଳ ଜାରି ରଖନ୍ତୁ ବୋଲି ଉଦବୋଧନ ଦେବା ପରେ ଖେଳ ଆରମ୍ଭ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ମୁନା କଣ୍ଡାଗରୀ, କୁନା କଣ୍ଡାଗରୀ,ରଞ୍ଜନ କଣ୍ଡାଗରୀ, ଈଶ୍ୱର କଣ୍ଡାଗରୀ ,ଲକ୍ଷ୍ମଣ କାଡ୍ରାକା, ପ୍ରମୁଖଙ୍କ ସମେତ ଗ୍ରାମର ଜନସାଧାରଣ ଏବଂ କରଡ଼ା ର ପାଞ୍ଚ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
ramanaguda ru narasingh parichha nka report