February 24, 2025
Home » କରପଡା ଗ୍ରାମରେ ଭାଗବତ ସପ୍ତାହର ସମାପନ ଉତ୍ସବ

କରପଡା ଗ୍ରାମରେ ଭାଗବତ ସପ୍ତାହର ସମାପନ ଉତ୍ସବ

0

ଛତ୍ରପୁର: ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମରେ ଭବ୍ୟତାର ସହିତ ଭାଗବତ ସପ୍ତାହ ସମାହିତ ହୋଇଛି l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରବକ୍ତା ଭାବେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ଆଚାର୍ଯ୍ୟ ତଥା ଗୁରୁ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ଟି କରପଡା ଗ୍ରାମର ପ୍ରଭୁ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏହା ଗତ 22.01.2025( ବୁଧବାର ) ରୁ ଆରମ୍ଭ ହୋଇ ଏକ ସପ୍ତାହ ଅର୍ଥାତ 28.01.2025(ମଙ୍ଗଳ ବାର ) ରାତ୍ର 10.00 ଟା ପର୍ଯ୍ୟନ୍ତ ଚାଲିଥିଲା l ପ୍ରତ୍ୟେକ ଦିନ ସନ୍ଧ୍ୟା 6.30 ରୁ ରାତ୍ର 8.30 ପର୍ଯ୍ୟନ୍ତ ପ୍ରବଚନ ଅନୁଷ୍ଠିତ ହେଉଥିଲା ତା ସହିତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

ଅନ୍ତିମ ଦିନରେ କରପଡା ସରପଞ୍ଚ ଶ୍ରୀ ଅଜୟ ନାୟକ, ରାମଚଣ୍ଡୀ ପୂଜା କମିଟି ର ସଂଯୋଜକ କମଳ ପଣ୍ଡା,ଦିବାକର ନାୟକ,କେ ସାଇ କ୍ରିଷ୍ଣା, ମନୋଜ ମିଶ୍ର, ତୁଷାର ଶତପଥୀ,ନାରାୟଣ ଚର୍ତ୍ତୀ, କୁଞ୍ଜ ନାୟକ, ସୁଧୀର ମହାରଣା, ଶଙ୍କର ନାୟକ, ଶିବରାମ ନାୟକ, ବରୁଣ ଚୌଧୁରୀ, ବଂଶୀଧର ନାୟକ, ବୃନ୍ଦାବନ ନାୟକ ଓ ଅନ୍ୟ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଭାଗବତ ଶୁଣିବା ସହିତ ଗୁରୁ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଙ୍କ ଆଶ୍ରିର୍ବାଦ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଦାୟିତ୍ୱ ରେ ନରହରି ନାୟକ,ହିନ ନାୟକ, ଊତ୍ତମ ନାୟକ,ରାମ ନାୟକ,ଶିବ ମନ୍ଦିର କମିଟି, ହନୁମାନ ମନ୍ଦିର କମିଟି ସଦସ୍ୟ ମାନେ ରହିଥିଲେ । ଏବଂ କରପଡାର ଗ୍ରାମ ବାସି, ବୁଦ୍ଧିଜୀବୀ, ଛାତ୍ର, ସ୍ବେଛାସେବୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ଏକ ସପ୍ତାହ ଧରି ସୁଚାୁରୂରୁପେ ପରିଚାଳନା ହୋଇ ଆଜି ଭବ୍ୟତାର ସହିତ ସମାପନ କରଯାଇଥିଲା । ଅନ୍ତିମ ଦିନରେ କରପଡା ପଞ୍ଚାୟତ ର ପାଖାପାଖି 3000 ରୁ ଉର୍ଦ୍ଧ ଭଗବତ ପ୍ରେମୀ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *