କଳାକାର ଓ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧନା
ପୁରୀ: ଓଡିଶା ମାଟି କଳା ଓ ସଂସ୍କୃତି ର ମାଟି।କଳାକାର ଓ ସାହିତ୍ୟିକ ମାନଙ୍କୁ ସମ୍ମାନ ପ୍ରଦର୍ଶନ ଦ୍ଵାରା ପୂଜ୍ୟ ପୂଜାର ଗୌରବ ବୃଦ୍ଧି ଓ ପ୍ରେରଣା ଦାୟକ ହୋଇ ଥାଏ ବୋଲି କହିଛନ୍ତି ଅତିଥି ମାନେ।

ଗତକାଲି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ମୂର୍ଛନା ଓ ଓଡିଶା କଲଚରାଲ ଆର୍ଟ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଐତିହାସିକ ଓ ଗବେଷକ ଅନୀଲ କୁମାର ଧିର ଓଡିଶା ର କଳା,ସ୍ଥାପତ୍ୟ, ପରମ୍ପରା ଓ ସଂସ୍କୃତି ଅନନ୍ୟ ବୋଲି କହିବା ସହ ଆହୁରି ଅଧିକ ଗବେଷଣା ମାଧ୍ୟମରେ ଏହାର ପୁନରୁଦ୍ଧାର ପାଇଁ ମତ ରଖିଥିଲେ।ଅନୁଷ୍ଠାନର ସଭାପତିରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ କୁମାର ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଡ ତ୍ରିଲୋଚନ ବରାଳ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଭାଗବତ ଟୁଙ୍ଗୀ ପ୍ରଚାର ସମିତି ଅଧ୍ୟକ୍ଷ ନଙ୍ଗୁଳି ବାବା, ସମାଜସେବୀ ଡ ସୁବାଷ ଚନ୍ଦ୍ର ପାଣି, ବିଶିଷ୍ଟ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର, ଦେବାଶୀଂ ମିଶ୍ର, ଡ ସୁବାଷ ରଥ, ବ୍ୟଙ୍ଗ କବି ସମ୍ପଦ ରଥ ପ୍ରମୁଖ ଉପସ୍ଥିତ ରହି କଳା ଏକ ଇଶ୍ଵରଦତ୍ତ ପ୍ରତିଭା।ସାଧନା, ନିଷ୍ଠା ଓ ପରିଶ୍ରମ ଦ୍ଵାରା ଏହା ଅଧିକ ପରିମାର୍ଜିତ ହୋଇଥାଏ।ତେଣୁ ପ୍ରତ୍ୟେକ ଶିଳ୍ପୀ ଓ କଳାକାର କଠୋର ସାଧନା ସହ ଅଧ୍ୟବସାୟୀ ହୋଇ ନିଜର ପରିଚୟ ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ।ପରେ ଅତିଥି ମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ବିଜେପୁର ରୁ ଆସିଥିବା କଂସ ଚରିତ୍ରଧାରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା।ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ଦାସ ଅତିଥି ପରିଚୟ, ବିବରଣୀ ପଠନ ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଜୟିନୀ ଦାଶ ଓ ବିଜୟଲକ୍ଷ୍ମୀ ଶତପଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ପ୍ରାରମ୍ଭରେ ସଦସ୍ୟ ପ୍ରଦୀପ କୁମାର ବିହାରୀ ସମସ୍ତଙ୍କୁ ସ୍ବାଗତ କରିଥିଲେ
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
