April 25, 2025
Home » କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ମା ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ମା ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା

0

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ଭବାନିପାଟଣା ଅଭିମୁଖେ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ସହକାରୀ ଜିଲ୍ଲାପାଳ ମନମଥ ବେହେରା, ବିଷ୍ଣୁ ଅଗ୍ରୱାଲ, ହିମାଂଶୁ ପଣ୍ଡା, ଅପ୍ରେଶ ସ୍ୱାଇଁ, ସାମ୍ବାଦିକ ଇଙ୍ଗିତ ପଣ୍ଡା, ବ୍ରଜେଶ ପଣ୍ଡା,ତେଜନ ଦୁର୍ଗା ,ସ୍ୱେଚ୍ଛାସେବୀ ସୁଧୀର ଗୋପାଳ ସମେତ ନେହେରୁ ଯୁବ କେନ୍ଦ୍ର ସେଚ୍ଛାସେବୀ ରୁଦ୍ର ମହାରଣା ଟିମ୍,ଏସ.ଏ.କେ ର ଅଙ୍କିତ ସେଠୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ର ଜୟନ୍ତ ଡ. ମାଝୀ, ଗୋବିନ୍ଦ ସାହୁ,ରୋହନ ଜଗତ, କ୍ରୀଷ୍ଣା ତାଣ୍ଡି ପ୍ରମୁଖ ସାହାଯ୍ୟ ସହଯୋଗ କରୁଥିବା ବେଳେ ଉକ୍ତ ମଶାଲ ଯାତ୍ରା କୁ କାଙ୍କେରୀ ଯୁବକ ସଂଘ ସଭାପତି ତଥା ଟିମ୍ ଏସ.ଏ.କେ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଜାତୀୟ ସ୍ବେଚ୍ଛାସେବୀ ଶ୍ରୀ ମହେଶ୍ୱର ସୁନାନୀ ପରିଚାଳନା କରୁଛନ୍ତି ।

ମଶାଲ ଯାତ୍ରା କୁ ବଣ୍ଡାକୁଟୁରା କର୍ତ୍ତବ୍ୟ ଠାରେ ବୀରବାଦ୍ୟ ଘୁମୁରା ସହ ଭବ୍ୟ ସ୍ଵାଗତ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *