July 5, 2025
Home » କଳାହାଣ୍ଡି ଉତ୍ସବ ପାଇଁ ତର୍କ,ପରିଛଦ ଲିଖନ ଓ କୁଇଜ୍ ପ୍ରତିଯୋଗିତା

କଳାହାଣ୍ଡି ଉତ୍ସବ ପାଇଁ ତର୍କ,ପରିଛଦ ଲିଖନ ଓ କୁଇଜ୍ ପ୍ରତିଯୋଗିତା

0
WhatsApp Image 2025-01-10 at 7.34.30 PM

ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ପାଇଁ ଛାତ୍ରୀ ଛାତ୍ର ଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଓ ଏନ୍ ଏସି ସ୍ତର ରୁ ଉନ୍ନୀତ ହୋଇ ଆସିଥିବା ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର, ମହିଳା ମହାବିଦ୍ୟାଳୟ ଠାରେ ପ୍ରତିଯୋଗିତା ସବୁ ଆୟୋଜିତ ହୋଇଥିଲା ।

ମହାବିଦ୍ୟାଳୟ ସ୍ତର ତର୍କ ପ୍ରତିଯୋଗିତାରେ ଚୂଡ଼ାମଣି ମାଝୀ ପଞ୍ଚାୟତ ମହାବିଦ୍ୟାଳୟ ପ୍ରଥମ, ସ୍ନେହମୟୀ ରାଉତ, ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଜୟପାଟଣା ଦ୍ବିତୀୟ ଓ ଅର୍ଜୁନ ବାଗ, ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସରା ତୃତୀୟ ସ୍ଥାନ ହାସଲ କରି ଛନ୍ତି । ସେହି ପରି ପରିଛଦ ଲିଖନ
ନିବେଦିତା ରାଉତ,ଇନ୍ଦ୍ରାବତୀ ମହାବିଦ୍ୟାଳୟ ପ୍ରଥମ , ମନିଷା ବିଶି, ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସରା ଦ୍ବିତୀୟ ଏବଂ କବିତା ମାଝି, ସର୍ବମଙ୍ଗଳା ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରି ଛନ୍ତି ।


କୁଇଜ ରେ ଭାଗିରଥି ରଣା ଓ ଟୁନା ମହାନନ୍ଦ, ସର୍ବମଙ୍ଗଳା ମହାବିଦ୍ୟାଳୟ ପ୍ରଥମ,ଅର୍ଜୁନ ବାଗ ଓ ଖଗେଶ୍ବର ହଂସ, ପଞ୍ଚାୟତ ସମିତି ମହାବିଦ୍ୟାଳୟ, କୋକସରା ଦ୍ବିତୀୟ,କଣ୍ଠ ସଂଗୀତ ରେ ପତି ସରାପ,ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ ପ୍ରଥମ,ଧରିତ୍ରୀ ପାଣିଗ୍ରାହୀ, ମହିଳା ମହାିଦ୍ୟାଳୟ, ଧର୍ମଗଡ ଦ୍ବିତୀୟ, ସୁପ୍ରିୟା ବେହେରା, ମଡର୍ଣ କଲେଜ, ଧର୍ମଗଡ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଉତ୍ସବ କମିଟିର ନିରଞ୍ଜନ ମୁଦୁଲି, ସରୋଜ କୁମାର ପଣ୍ଡା, ଅଜୟ କୁମାର ପାତ୍ର, ଦିନେଶ କୁମାର ପାତ୍ର, ସପନ ଦାସ, ବଙ୍କିମ କୁମାର ମୁଣ୍ଡ, ସଞ୍ଜୀବ କୁମାର ମୁଣ୍ଡ, ମୁକେଶ ଛତ୍ରିୟା, ରାଜେଶ କୁମାର ମୁଣ୍ଡ, ବିଶ୍ୱପତି ମୁଣ୍ଡ ଶରତ ମୁଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଯୋଗୀତା ଗୁଡିକ ସଫଳତାର ସହିତ ଆୟୋଜନ କରାଯାଇଥିଲା।କୃତୀ ପ୍ରତିଯୋଗୀ ମାନ ଙ୍କୁ ମୂଖ୍ୟ ଉତ୍ସବ ରେ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *