August 8, 2026
Home » କଳାହାଣ୍ଡି :ଚକ୍ଷୁ ସଂକ୍ରମଣ ଓ ଉପଚାର ବିଷୟରେ ସଚେତନତା ଶିବିର।

କଳାହାଣ୍ଡି :ଚକ୍ଷୁ ସଂକ୍ରମଣ ଓ ଉପଚାର ବିଷୟରେ ସଚେତନତା ଶିବିର।

0
WhatsApp Image 2026-08-08 at 1.56.43 PM

 

କେସିଙ୍ଗା :ଏସବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ମାଟିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ରେ ରୋଗ ସଂକ୍ରମଣ ଓ ତାହାର ଉପଚାର ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ପ୍ରାୟ ୯୮ ଜଣ ଛାତ୍ର ଛାତ୍ରୀ ମାନକୁ ଆଖି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା କରାଯିବା ସହିତ ମାଗଣା ଔଷଧ ସାଙ୍ଗକୁ ବର୍ଷା ଦିନରେ ଆଖି ର ଯତ୍ନ କିପରି ନିଆଯିବ ସେ ସମ୍ପର୍କରେ ବହୁମୂଲ୍ୟ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା।ଏଥିରେ ରାମକୀ ଫାଉଣ୍ଡେସନର ପିସି ଙ୍କ ସମେତ ଡାକ୍ତର ବିମଳ ଚରଣ ଷଡଙ୍ଗୀ,ପିସି ଷ୍ଟାଫ ପଙ୍କଜିନି ରଣା,ଏଲ ଟି ନୀତୁ ସିଂ, ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଭୋପାଲିନି ବାଗ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *