କଳାହାଣ୍ଡି :ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ।
୧୮୩୪ ଟି ମାମଲା ଫଇସଲା….
କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସ୍ନିଗ୍ଧାପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୮୩୪ ଟି ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ.୪,୨.୫୪,୨୬୯.୨୯ ଙ୍କା ପ୍ରଦାନ କରାଯାଇଥିଲା। ତନ୍ମଧ୍ୟରୁ ୨୬ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ.୨,୩୮,୫୫,୦୦୦|- ଙ୍କା ପ୍ରଦାନ କରାଯାଇଥିଲା। ସେହିପରି ପାରିବାରିକ ବିବାଦ ଜନିତ ମକଦ୍ଦମା ୦୮ ଗୋଟି ମାମଲା ଫଇସଲା କରାଯାଇ ଥିଲା।ଦେୱାନି ମକଦ୍ଦମା ୨୮ ଟି ଫଇସଲା କରାଯାଇ ଟ.୭,୪୩,୫୦୪/- ଙ୍କା ଆଦାୟ କରାଯାଇଥିଲା।ବିଚାର ଯୋଗ୍ୟ ୧୯୧ ଫୌଜଦାରି ମାମଲାର ଫଇସଲା କରାଯାଇ ଟ.୧୧,୧୫୦|-ଙ୍କା ଆଦାୟ କରାଯାଇଥିଲା । ଏହାସହ ଏନ୍ଆଇ ଆକ୍ଟ,ମାମଲା(୧୩୮) ୧୫ଟି ଫଇସଲା କରାଯାଇ ଟ.୬୫,୧୧,୫୬୭|-ଙ୍କା ଆଦାୟ କରାଯାଇଥିଲା ।ରାଜସ୍ବ ମକଦ୍ଦମା ୧୧୧୯ ଟି ଫଇସଲା କରାଯାଇ ଟ.୨,୧.୭୩୪|- ଆଦାୟ କରାଯାଇଥିଲା ।
୪୪୬ ଟି ପ୍ରାକ୍ ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇଟ.୧,୦୯,୨୨,୩୧୪.୨୯/-ଙ୍କା ଆଦାୟ କରାଯାଇଥିଲା । ଏବଂ ଖାଉଟି ଅଦାଲତରେ ଗୋଟିଏ ମକଦ୍ଦମା ଫଇସଲା କରାଯାଇଥିଲାଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟର ଯାନ ଦୁର୍ଘଟଣା ନ୍ୟାୟାଧିକାରୀ ଶ୍ରୀ ଅନୁପ ରଞ୍ଜନ ପଟ୍ଟନାୟକ,ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର,ବରିଷ୍ଠ ଦେବାନୀ ଜଜ୍ ସୁଦିପ୍ତା ଦେହୁରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସ୍ନିଗ୍ଧା ପଣ୍ଡା ଓ ଅନ୍ୟାନ୍ୟ ମାଜିଷ୍ଟ୍ରେଟ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଉକ୍ତ ଲୋକ ଅଦାଲତରେ ଆଡହକ ଅତିରିକ୍ତ ଜିଲ୍ଲା ଜଜ୍(FTSC) ଓ ରେଜିଷ୍ଟ୍ରାର ସିଭିଲ କୋର୍ଟ ପ୍ରମୁଖ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
