March 22, 2026
Home » କଳାହାଣ୍ଡି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

0
WhatsApp Image 2026-03-21 at 12.07.43 PM

 

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ କଳାହାଣ୍ଡି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଡ଼କ ଦୁର୍ଘଟଣା ଜନୀତ ମୃତ୍ୟୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯିବା ସହିତ ବିନା ହେଲମେଟ ରେ ଗାଡି ଚଳାଇବା ଓ ଅଧିକ ବୋଝେଇ ନେଇ ଗାଡି ଚଳାଇବା,ମଦ୍ୟପାନ କରି ଗାଡି ଚାଳନା କରିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। ବିଶେଷ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଡ଼କ ସୁରକ୍ଷା ଆଇନ ସମ୍ପର୍କରେ ସଚେତନତା କାର୍ଯକ୍ରମ ଆୟୋଜନ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ୨୦୨୫ ରେ ୩୪ ଗୋଟି ସଡ଼କ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜାନୁଆରୀ ୨୦୨୬ ରେ ୪୧ ଗୋଟି ସଡ଼କ ଦୁର୍ଘଟଣା ରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଫେବୃଆରୀ ୨୦୨୬ ରେ ୩୨ ଗୋଟି ସଡ଼କ ଦୁର୍ଘଟଣା ରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା।ଡିସେମ୍ବର ୨୦୨୫ ରୁ ଫେବ୍ରୁୟାରୀ ୨୦୨୬ ମଧ୍ୟରେ ହେଲମେଟ ନ ପିନ୍ଧିବା , ଦ୍ରୁତ ଗତିରେ ଗାଡି ଚଳାଇବା , ଗାଡି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ,ମଦ୍ୟପାନ କରି ଗାଡି ଚଳାଇବା ଇତ୍ୟାଦି କେଶ ରେ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ୩୪୨୦ ଚାଲାଣ ଇସ୍ୟୁ କରାଯାଇ ୧୧୯୮ ଜଣ ଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ସୁଚନା ଦିଆ ଯାଇଥିଲା।ଏହି ବୈଠକରେ ଡେପୁଟି କମିଶନର ତଥା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କିଶୋର ପଣ୍ଡା , ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଡି ଏସ ପି ଲୋକନାଥ ସାହୁ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ,କମିଟିର ସଦସ୍ୟ,ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,ଏମ୍,ଭି ଆଇ, ମିଥୁନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଘରୋଇ ବସ ସେବା ସଂଘ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *