March 14, 2026
Home » କଳାହାଣ୍ଡି ଜିଲ୍ଲାରେ ଏଲପିଜି ଗ୍ଯାସ ମହଜୁଦ

କଳାହାଣ୍ଡି ଜିଲ୍ଲାରେ ଏଲପିଜି ଗ୍ଯାସ ମହଜୁଦ

0
WhatsApp Image 2026-03-14 at 1.07.51 PM

 

ଜନସାଧାରଣ ଗୁଜବ ଦ୍ଵାରା ପ୍ରଭାବିତ ନହେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ସୂଚନା….

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଯଥେଷ୍ଟ ପରିମାଣର ଇନ୍ଧନ ଗ୍ୟାସ ବିତରକ ମାନଙ୍କ ନିକଟରେ ରେ ଗଚ୍ଛିତ ରହିଅଛି ଏବଂ ଅନୁଯାୟୀ ବିତରଣ କରାଯାଉଅଛି । ତେଣୁ ଜନସାଧାରଣ କୌଣସି ଗୁଜବ ଦ୍ଵାରା ପ୍ରଭାବିତ ନ ହୋଇ ଏଥିପ୍ରତି ନିଶ୍ଚିତ ରହିବା ସହିତ ବିତରକ ମାନଙ୍କ ନିକଟରେ ଅଯଥା ଭିଡ ନକରି କ୍ରମାନ୍ୱୟରେ ଉପଯୁକ୍ତ ସମୟରେ ବିତରକ ମାନଙ୍କ ଠାରୁ ରନ୍ଧନ ଗ୍ଯାସ ନେବା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କଳାହାଣ୍ଡି ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଜିଲ୍ଲାର ସମସ୍ତ ଲୋକ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ଯାସ କିପର ଠିକ ସମୟରେ ପାଇପାରିବେ ଏବଂ ଏ ଦିଗରେ ବିତରକମାନେ ଯେପରି କୌଣସି ବ୍ୟତିକ୍ରମ ନ କରିନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇ ତିକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଏଥି ପ୍ରତି ସଜାଗ ରହିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *