October 24, 2025
Home » କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି ଓ କଳା ଉତ୍ସବ- ୨୦୨୪ ଅନୁଷ୍ଠିତ ‘ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ’

କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି ଓ କଳା ଉତ୍ସବ- ୨୦୨୪ ଅନୁଷ୍ଠିତ ‘ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ’

0
WhatsApp Image 2024-11-08 at 8.05.51 AM

ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବଦ୍ଧପରିକର ହେବା ଆବଶ୍ୟକ। ଏଥିପାଇଁ କେବଳ ଶିକ୍ଷକ ନୁହନ୍ତି, ବରଂ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ପ୍ରତ୍ୟେକଟି ବ୍ୟକ୍ତି ସଜାଗ ହେବା କଥା। ସୁରଭି ଏଥିପାଇଁ ଏକ ପ୍ରକୃଷ୍ଟ ମଞ୍ଚ, ଯାହାଦ୍ଵାରା ସହ ଶୈକ୍ଷିକ ଦିଗର ବିକାଶ ସମ୍ଭବ। ତେଣୁ ‘ ସୁରଭି ‘ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତେ ଜାଣିବା ସହ ଛାତ୍ରଛାତ୍ରୀଙ୍କୁ ଏଥିରେ ଶତ ପ୍ରତିଶତ ସାମିଲ କରିବାକୁ ପଡ଼ିବ ବୋଲି ‘ ସୁରଭି ଓ କଳା ଉତ୍ସବ -୨୦୨୪ ‘ ରେ ମତପ୍ରକାଶ ପାଇଛି। ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି ଓ କଳା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସାଂସଦ ପ୍ରତିନିଧି ଅନୀଲ କୁମାର ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଆଚାରୀ ଶବର, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗ ଦେଇଥିଲେ।

ସେହିପରି ଉଦଯାପନୀ ସମାରୋହରେ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଆଚାରି ଶବର, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ, କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଆନନ୍ଦ ବେହେରା, ଜୁନାଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ତପନ ମାଝୀ, କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ମଧୁସ୍ମିତା ନାଏକ, ଧର୍ମଗଡ ଗୋଷ୍ଠୀ ଶିକ୍ଷାଧିକାରୀ ପଙ୍କଜିନି ମାଝୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରୂପସିଂ ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସିଆରସିସି ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସିଆରସିସି ତପନ ଦାଶ ଓ ଶିକ୍ଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଂଯୋଜନା କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ସଞ୍ଜୀବ ପାଢ଼ୀ। ଏଥିରେ ଜିଲ୍ଲା ଅନ୍ତର୍ଗତ ୧୩ଟି ବ୍ଲକର ଛାତ୍ରଛାତ୍ରୀ ସୁରଭି କାର୍ଯ୍ୟକ୍ରମର ୧୦ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ‘ସୁରଭି’ ଅନ୍ତର୍ଗତ କଣ୍ଠ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ବିତର୍କ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କଳା ଉତ୍ସବ ଅନ୍ତର୍ଗତ ଏକକ ଓ ଦଳଗତ କଣ୍ଠ ସଂଗୀତ, ଯନ୍ତ୍ର ସଂଗୀତ, ନୃତ୍ୟ, ଅଭିନୟ, ଚାରୁକଳା, ପାରମ୍ପରିକ ଗଳ୍ପ କଥନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କଳା ଉତ୍ସବ ଓ ସୁରଭି କାର୍ଯ୍ୟକ୍ରମରେ ୭୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ୧୨ରୁ ୧୪ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେବେ ବୋଲି ଜଣାପଡିଛି। କାର୍ଯ୍ୟକ୍ରମରେ ଆୟୋଜନ କମିଟିର ସମସ୍ତ ସଦସ୍ୟ, ଡିପିସି ଓ ଡିଇଓ ଅଫିସର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *