କଳାହାଣ୍ଡି :ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ଅବକାରୀ ବିଭାଗ। ଭବାନୀପାଟଣା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ଓ ଧର୍ମଗଡ ଅବକାରୀ ବିଭାଗର ମିଲିତ ଚଢାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି।ମୁଖିଗୁଡ଼ା ଗାଁ ର ଖୁସିରାମ ସାହୁ ଓରଫ କ୍ଷେମା ସାହୁ ନିଜ ଘରେ ମେସିନ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବା ସୁରାଗ ପାଇ ମାଡି ବସିଲା ଅବକାରି ବିଭାଗ ।

ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ନକଲି ମଦ,ଲେବଲ, ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଦୀର୍ଘଦିନ ହେଲା ଏଠି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଏହାର ଟେର ପାଉନଥିଲା ଅବକାରୀ ବିଭାଗ।ନକଲି ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏହି ମଦ ପିଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା କଣ ହେଉଥିବ ତାହା ସହଜେ ବାରି ହେଉଛି।

ଏ ନେଇ ଅଭିଯୁକ୍ତ ଖୁସିରାମ ସାହୁ ଓରଫ କ୍ଷମା ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏ ଚଢ଼ାଉ ରେ ଧର୍ମଗଡ ରେଞ୍ଜ ଇନ୍ସପେକ୍ଟର ସୁଧାଂଶୁ ମୁଣ୍ଡା,ଓ. ଆଇ.ସି. ପ୍ରତିମା ବେହେରା ଏବଂ ଜୟପାଟଣା ଅବକାରୀ ଓ.ଆଇ.ସି. ନରେନ୍ଦ୍ର ମିଞ୍ଜ ଙ୍କ ସହିତ ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
