October 12, 2026
Home » କଳିଙ୍ଗ ବାଲିଯାତ୍ରା ପ୍ରଥମ ପ୍ରସ୍ତୁତି ବୈଠକ

କଳିଙ୍ଗ ବାଲିଯାତ୍ରା ପ୍ରଥମ ପ୍ରସ୍ତୁତି ବୈଠକ

0
WhatsApp Image 2026-10-12 at 2.37.17 PM

ନଭେମ୍ବର ୨୩ ରୁ କଳିଙ୍ଗ ବାଲିଯାତ୍ରା

ନଭେମ୍ବର ୨୩ ରୁ କଳିଙ୍ଗ ବାଲିଯାତ୍ରା ଆୟୋଜିତ ହେବାକୁ ଯାଉଛି।ଏ ନେଇ ଆଜି ଅପରାହ୍ନରେ ସ୍ଥାନୀୟ ମଧୁବନ ସ୍ଥିତ ଅଫିସରସ କ୍ଲବ ଠାରେ କଳିଙ୍ଗ ବାଲିଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ର ଆୟୋଜନ କରାଯାଇଥିଲା।କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ଏସ୍ପି ଅଙ୍କିତ କୁମାର ବର୍ମା, ପାରାଦୀପ ଏଡିଏମ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଙ୍କ ସମେତ କମିଟିର ସଦସ୍ୟ/ସଦସ୍ୟା ଓ ଶିଳ୍ପ ସଂସ୍ଥା ର ପ୍ରତିନିଧି, ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ବାଲିଯାତ୍ରା ପ୍ରତିବର୍ଷ ଭଳି ପାରାଦୀପ ସାଗର ବେଳାଭୂମିରେ ୭ ଦିନ ଧରି ଅନୁଷ୍ଠିତ ହେବ।ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ ଓ ଉଦଯାପନୀ ସମାରୋହରେ ମହାମହିମ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଜେ ସୋନାଲ ସୂଚନା ଦେଇଥିଲେ।ମଞ୍ଚ ରେ ଉପସ୍ଥିତ ଅତିଥିମାନେ କଳିଙ୍ଗ ନୌବାଣିଜ୍ୟ ର ପ୍ରତୀକ କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ଭବ୍ୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସମସ୍ତ ବିଭାଗକୁ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସୁନ୍ଦର ଭାବେ ବାଲିଯାତ୍ରା ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ।ଏସ୍ପି ଶ୍ରୀ ବର୍ମା ଆଇନ୍ ଶୃଙ୍ଖଳା ଦାୟିତ୍ୱ ସଫଳତାର ସହ କରାଯିବା ନେଇ ସୂଚନା ଦେଇଥିଲେ।ମୁନିସିପାଲିଟି ଦ୍ୱାରା କରାଯାଉଥିବା ପରିମଳ ବ୍ୟବସ୍ଥା ଓ ଅନାନ୍ୟ କାର୍ଯ୍ୟକ୍ରମକ ର ଦାୟିତ୍ୱ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ବୁଝିବା ନେଇ କହିଥିଲେ। ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଚଳିତ ବର୍ଷର ବାଲିଯାତ୍ରା ସଫଳ ଆୟୋଜନ କରାଯିବା ନେଇ କମିଟିର ଉପାଧ୍ୟକ୍ଷ ତଥା ପାରାଦୀପ ଏଡିଏମ୍ ନିରଂଜନ ବେହେରା ସୂଚନା ଦେଇଥିଲେ।

 


ଅନ୍ୟ ପକ୍ଷରେ ୨୦୧୯ ମସିହା ରୁ ବାଲିଯାତ୍ରାର ଆୟ ବ୍ୟୟର ହିସାବ ଦିଆ ନଯିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ପୂର୍ବରୁ ବାଲିଯାତ୍ରା କମିଟି ପ୍ରସ୍ତୁତି ବୈଠକ ରେ ଏହି ହିସାବ ସମସ୍ତ କମିଟି ମେମ୍ବରଙ୍କ ଉପସ୍ଥିତ ରେ ଦିଆଯାଉଥିବା ବେଳେ ୨୦୧୯ ରୁ (କୋଭିଡ ତିନି ବର୍ଷ କୁ ଛାଡି ଦେଲେ) ୨୦୨୪ ଓ ୨୦୨୫ ରେ ଏହି ହିସାବ କୁ ସର୍ବ ସମ୍ମୁଖରେ କାହିଁକି ସାର୍ବଜନୀନ କରାଯାଉନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲା ବେଳେ କମିଟି ପକ୍ଷରୁ କୌଣସି ଉତ୍ତର ରଖାଯାଇ ନଥିଲା।ନିଜେ କମିଟିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଙ୍କ ସମେତ ମନ୍ତ୍ରୀ, ସାଂସଦ ଏବଂ ଏସ୍ପି ଉପସ୍ଥିତ ଥିଲେ ମଧ୍ୟ କେହି ମୁହଁ ଖୋଲି ନଥିଲେ।ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ କ୍ଷୋଭ ଦେଖାଦେଇଛି।ଦୁଇ ବର୍ଷ ହେବ ସରକାର ପରିବର୍ତ୍ତନ ପରେ କିମିଟି ରୁ କେତେ ଜଣକ ନାଁ ବାଦ ଦିଆଯାଇଥିବାରୁ ସେମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *