August 20, 2026
Home » କାଠ ମିସ୍ତ୍ରୀଙ୍କ ପତ୍ନୀ ପାଇଲେ ଓଏଏସ୍

କାଠ ମିସ୍ତ୍ରୀଙ୍କ ପତ୍ନୀ ପାଇଲେ ଓଏଏସ୍

0
WhatsApp Image 2026-05-28 at 12.46.17 PM

ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଥିଲେ ସବୁ ସମ୍ଭବ।

କେସିଙ୍ଗା :ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଥିଲେ ସବୁ ସମ୍ଭବ। ଏହା କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଦୁଇ ପିଲାର ମାଆ ସଙ୍ଗୀତା ସେଠୀ। ଦିନେ ସ୍ୱପ୍ନ ଦେଖିଥିଲେ ପାଠ ପଢ଼ିବା ସହ ଏକ ସରକାରୀ ଚାକିରୀ ଟିଏ କରିବା ପାଇଁ। କିନ୍ତୁ ଯୁକ୍ତ ଦୁଇ ପରେ ସଂଯୋଗ କ୍ରମେ ତାଙ୍କର ବିବାହ ହୋଇଯାଇଥିଲା। ଏଵଂ ଦେଖୁ ଦେଖୁ ଦୁଇ ପିଲାର ମାଆ ମଧ୍ୟ ହୋଇଗଲେ। କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ହାର ମାନି ନ ଥିଲେ।ସଂଗୀତା ନିଜ ପ୍ରଚେଷ୍ଟାରେ ପ୍ରଥମେ ଯୁକ୍ତତିନି ଓ ପରେ ଅର୍ଥନୀତିରେ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଜି କରିଥିଲେ। ତାଙ୍କ ସ୍ଵାମୀ ବଂଶିଧର ପ୍ରଧାନ ଜଣେ କାଠ ମହାରଣା। ସ୍ଵାମୀ କେବେ ବି ସଙ୍ଗିତାଙ୍କୁ ହତୋତ୍ସାହିତ କରି ନଥିଲେ,ଓଲଟା ପଢ଼ିବା ସୁଯୋଗ ଦେଇଥିଲେ।ତାଙ୍କୁ ପ୍ରୋତ୍ସାହନ ଦେବା ସହ ପାଠପଢ଼ା ବେଳେ ଉତ୍ସାହିତ କରି ଆସିଥିଲେ।

ଆଜି ଦୃଢ଼ ଇଛାଶକ୍ତି ଓ ଗଭୀର ପ୍ରଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସଙ୍ଗୀତା ସଫଳତା ପାଇଛନ୍ତି।ପରିସ୍ଥିତି ଇଛାଶକ୍ତି ପାଖରେ ହାର ମାନିଥାଏ।ଏହାକୁ ପ୍ରମାଣିତ କରିଛନ୍ତି କେସିଙ୍ଗାରଏହି ଗୃହିଣୀ ସଙ୍ଗୀତା ସେଠୀ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୧୩ ନମ୍ବରରେ ରହି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି।ଏହି କୃତିତ୍ୱ ପାଇଁ ସଙ୍ଗୀତା ତାଙ୍କ ସ୍ବାମ ତାଙ୍କ ବାପା ମା’ ଓ ତା ଗାଇଡ୍ କରୁଥିବା ମେଣ୍ଟରଙ୍କୁ ଶ୍ରେୟ ଦେଇଛନ୍ତି। ଏକ ଗରିବ ପରିବାରର ହେଲେ ବି ସେ ଜଣେ ବଡ ଲୋକ ହେବା ଲକ୍ଷ୍ୟ ରଖି ଏହି ପରିଶ୍ରମ କରିଥିବା କହିଛନ୍ତି।ବୈବାହିକ ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇବା ଏତେ ସହଜ ହୋଇ ନ ଥାଏ। ଏଣୁ ସଙ୍ଗୀତା ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।କାଠ ମିସ୍ତ୍ରୀଙ୍କ ପତ୍ନୀ ଆଜି ଓଏଏସ୍ ଜାଣିବା ପରେ ସାରା ଜିଲ୍ଳାର କୋଣ ଅନୁକୋଣରୁ ସଙ୍ଗୀତା ସେଠୀ ଙ୍କୁ ଏବେ ଶୁଭେଚ୍ଛାର
ସୁଅ ଛୁଟିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed