କାରିଗର ମାନେ ମୁର୍ତ୍ତି ନିର୍ମାଣ ର ଶେଷ ସ୍ପର୍ଶ ଦେବାପାଇଁ ବ୍ୟସ୍ତ।
ପୁରୀ:ଦୁର୍ଗା ପୂଜା ପାଇଁ ଆଉ ଚାରି ଦିନ ମାତ୍ର ସମୟ ରହିଥିବା ବେଳେ କାରିଗର ମାନେ ମୁର୍ତ୍ତି ନିର୍ମାଣ ର ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କେତେକ ସ୍ଥାନରେ କାରିଗର ମାନେ ମୁର୍ତ୍ତି ନିର୍ମାଣ ରେ ଶେଷ ସ୍ପର୍ଶ ଦବାରେ ଲାଗି ପଡିଛନ୍ତି। ସହରରେ ଥିବା ବିଭିନ୍ନ ଦେବୀ ପିଠ ଗୁଡିକରେ ମୃଣ୍ମୟୀ ମୁର୍ତ୍ତି ନିର୍ମାଣ କାର୍ଯ୍ୟ ରେ କାରିଗର ମାନେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେହିପରି ସାଜସଜ୍ଜା,ଜରିଜମ୍ବୁରା, ମେଢ଼ ପ୍ରସ୍ତୁତି ରେ ଲାଗି ପଡିଛନ୍ତି। ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ଆକର୍ଷଣ କରିବା ସହ ସୋ ଉଚ୍ଚ କରିବା ଦିଗରେ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି। ରାଜ୍ୟରେ କୈଣସି ସ୍ଥାନରେ ଏତେ ବଡ ମୁର୍ତ୍ତି ନିର୍ମାଣ ହେଉନଥିବା ଦେଖାଯାଉ ନଥିବା ବେଳେ ପୁରୀ ରେ ବାରବାଟି, ଜହ୍ନି ଖାଇ, ଶୂନ୍ୟ ଗୋସାଣୀ,ନାଗା ମୁର୍ତ୍ତି, ସମ୍ପାତି ଚଢ଼େଇ ଏକ ଅନନ୍ୟ ପ୍ରତୀକ ର ଚିହ୍ନ ଅଟେ.
