କାଳବୈଶାଖୀ ପ୍ରଭାବ, ଘର ଉପରେ ପଡ଼ିଲା ଗଛ ଅଳ୍ପକେ ବଞ୍ଚିଲା ପରିବାର
କେନ୍ଦୁଝର: ପୂର୍ବରୁ ସୂଚନା ଥିଲା କି ଉତ୍ତର ଓଡ଼ିଶାରେ କାଳ ବୈଶାଖୀ ଅନୁଭୂତ ହେବ। ଏହାର ପ୍ରଭାବରେ କେନ୍ଦୁଝର ଜିଲ୍ଲା ସାରା ମେଘୁଆ ପାଗ ଏବେ ହୋଇଛି। ଚମ୍ପୁଆ,ଯୋଡ଼ା,ଝୁମ୍ପୁରା ବ୍ଲକ୍ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆ ପଥର ମାଡ଼ ହୋଇଛି। ପାଟଣା ଅଞ୍ଚଳରେ ତେବେ ବର୍ଷା ସହ କାଳ ବୈଶାଖୀ ତାଣ୍ଡବ ରଚିଛି। ବଡ଼ ବଡ଼ ଗଛ ଭାଙ୍ଗି ଦେଇଥିବା ଖବର ଆସିଛି। ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି ବିଦ୍ୟୁତ ତାର ବିଚ୍ଛିନ୍ନ ହୋଇଥିବାରୁ ବିଜୁଳି କଟି ଯାଇଛି। ଡେଣୁଆଁ ଗ୍ରାମରେ ପ୍ରବଳ ପବନ ବହି ବର୍ଷା ହେବାରୁ କୃଷ୍ଣ ଚନ୍ଦ୍ର ସାହୁଙ୍କ ଘର ଉପରେ ରାତିରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଥିଲା। ଘରେ ସମସ୍ତେ ଶୋଇଥିଲେ ମଧ୍ୟ ଅଳ୍ପକେ ଉଦ୍ଧାର ପାଇଛନ୍ତି ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ସକାଳେ କୃଷ୍ଣ ଚନ୍ଦ୍ର ଦମକଳ ବାହୀନିକୁ ଖବର ଦେବାରୁ ସେମାନେ ଆସି ଗଛ କାଟି ବାହାର କରିଥିଲେ। ତେବେ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ
