July 28, 2025
Home » କାଳୀ ପୂଜା ଅବସରରେ ମଝିପଡ଼ା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ

କାଳୀ ପୂଜା ଅବସରରେ ମଝିପଡ଼ା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ

0
WhatsApp Image 2024-11-14 at 3.40.02 PM (2)

ସୁବର୍ଣ୍ଣପୁର -ସୋନପୁର ରାମଧୂନ୍ କ୍ଲବ ଦ୍ଵାରା ଆୟୋଜିତ ୫୬ ତମ ସାର୍ବଜନୀନ କାଳୀ ପୂଜା ଅବସରରେ ଗତକାଲି ସୋନପୁର ମଝିପଡ଼ା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରାସାଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ଏବଂ ବର୍ତ୍ତମାନ ଛୋଟ ପିଲା ମାନଙ୍କୁ ମୋବାଇଲ ରୁ ଡିଜିଟାଲ ଗେମ୍ ରୁ ଦୂରେଇ ରଖିବାକୁ ହେଲେ ଶିକ୍ଷା ସହ ଏଭଳି ନୃତ୍ୟ ସଂଗୀତ କଳା ସଂସ୍କୃତି ରେ ଯୋଡ଼ିବାକୁ ହେବ ବୋଲି ମତ ରଖି ନକାରାତ୍ମକ ଚିନ୍ତା ଧାରା ରୁ ମୁକ୍ତ ହୋଇ ସମାଜ ରେ ସକାରାତ୍ମକ ପ୍ରଭାବ ଦେଖାଦେବ ବୋଲି ପିଲା ମାନଙ୍କୁ ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ରମଧୂନ୍ ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, କଇରୁ ସ୍ବାଇଁ, ବସ ମାଲିକ ସଂଘ ସଭାପତି ଦୀପକ ମହାପାତ୍ର, ସମ୍ପାଦକ ସୁଦର୍ଶନ ପଣ୍ଡା, ଟ୍ରାକ୍ଟର ମାଲିକ ସଂଘ ସଂପାଦକ କୋଶଳେଶ୍ୱର ବହିଦାର, ଉପ ସଭାପତି ବୈକୁଣ୍ଠ ଶତପଥି, ଅନୂସୟା କୋଚିଂ ର ନିର୍ଦ୍ଦେଶିକା ସୁଶ୍ରୀ ଜଗତ ଶିରୋମଣି ମେହେର ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଓ ଅୟୋଜନ କୁ ପ୍ରଶଂସା କରି ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ l ଆରକ୍ଷୀ ଅଧିକ୍ଷକ , ଏ ଡି ଏମ ଓ ସମସ୍ତ ଅତିଥି ଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରତିଯୋଗୀତା ର ତିନି ଜଣ ବିଚାରକ, ଉଦଘୋଷକ ଶ୍ରୀ ଅଭିନାଶ ହୋତା ଓ ପୂଜା କମିଟି ର ସଭାପତି ପୂରେନ୍ଦ୍ର ନାଏକ, ସମ୍ପାଦକ ସୁରଜ୍ ସାହୁ, ଉପ ସଭାପତି ବୁବୁନ୍ ନାଏକ, ସହ ସମ୍ପାଦକ ଚନ୍ଦନ ସାହୁ, ଓ କୋଷା ଧ୍ୟକ୍ଷ ରାଜୀବ କୁମାର୍ ସାହୁ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି l ଜୁନିଅର, ସବ୍ ଜୁନିଅର, ଓ ସିନିଅର ଲେବେଲ ରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିବା ବେଳେ ମୋଟ ୧୩୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ସିନିଅର ବିଭାଗ ରେ ବିଶ୍ବ ବିଜୟିନୀ ମିଶ୍ର ପ୍ରଥମ, ଜସ୍ମିନ ପୁଝାରୀ ଦ୍ବିତୀୟ , ଜୟଶ୍ରୀ ତନ୍ମୟି ସେଠି ତୃତୀୟ ସ୍ଥାନ ରେ ବିଜେତା ହୋଇ ଥିବା ବେଳେ ଜୁନିଅର ବିଭାଗ ରେ ଆଦର୍ଶ ଆୟୁଷ୍ମାନ ମିଶ୍ର ପ୍ରଥମ, ନୀର୍ମନ୍ ମିଶ୍ର ଦ୍ବିତୀୟ, ସ୍ୱର୍ଣ୍ଣିମା ରଥ ତୃତୀୟ ବିଜେତା ଭାବରେ ପୁରସ୍କୃତ ହୋଇଥିଲେ l ସେହିପରି ସବ୍ ଜୁନିଅର ବିଭାଗ ରେ ଦେବଂଶି ମିଶ୍ର ପ୍ରଥମ, ଅଂଶିକା ମିଶ୍ର ଦ୍ବିତୀୟ , ଯୋୟା ନଜମି ତୃତୀୟ ବିଜେତା ଭାବରେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଅବିନାଶ ହୋତା ଓ ମନୋରଞ୍ଜନ ତ୍ରୀପାଠୀ ସଭା ମଞ୍ଚ ପରିଚାଳନା କରିଥିବା ବେଳେ ଯୋହାଙ୍ଗିର , ଆଶୁତୋଶ ଦାଶ, ଲକ୍ଷ୍ମୀ ପ୍ରିୟା ପାଣିଗ୍ରାହୀ ପ୍ରତିଯୋଗୀତା ର ବିଚାରକ ଭାବରେ ଯୋଗ ଦେଇ ଚୟନ କରିଥିଲେ l ପୀୟୂଷ ପଣ୍ଡା, ବିକାଶ ପଣ୍ଡା ଙ୍କ ତତ୍ତ୍ଵlବଧlନ ରେ ସମସ୍ତ କାର୍ଯକ୍ରମ ପରିଚାଳନା କରଯାଇଥିଲା l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *