August 27, 2026
Home » କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ “ପାଟ୍ଟ ରାଖୀ ସେବା”

କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ “ପାଟ୍ଟ ରାଖୀ ସେବା”

0
WhatsApp Image 2026-08-27 at 1.08.44 PM

ସୁବର୍ଣ୍ଣପୁର:ବୌଦ୍ଧ ଜଗନ୍ନାଥ ମନ୍ଦିର ଶ୍ରୀ ବିଗ୍ରହ ମାନଙ୍କ ପାଇଁ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ପାଟ୍ଟ ରାଖୀ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ମନ୍ଦିର କମିଟି ସଦସ୍ୟ ମାନଙ୍କ ଉପସ୍ଥିତି ରେ ସକାଳ 9 ଘଟିକା ସମୟ ରେ ପ୍ରଦାନ କରାଯାଇଛି lମନ୍ଦିର କମିଟି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଗରିବ ମିଶ୍ର, ରଘୁନାଥ ଷଡ଼ଙ୍ଗୀ, ଦେବାଶିଷ ପୁରୋହିତ,ବିଜୟ ମିଶ୍ର ଓ ସତ୍ୟଜିତ ପଣ୍ଡାଙ୍କ ଉପସ୍ଥିତି ରେ ମନ୍ଦିର ପୂଜକ ଙ୍କୁ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ର ବରିଷ୍ଠ ଓକିଲ ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତାରିଣୀ କୁମାର ମହାପାତ୍ର,କିଟ ତରଫରୁ ସଂଜୀବ ରଣା ଏବଂ କିସ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଲଷ୍ମୀଧର ବେହେରା କିଟ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରଦତ୍ତ ପାଟ୍ଟ ରାଖୀ କୁ ଉପରୋକ୍ତ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେ ମନ୍ଦିର କମିଟି ଙ୍କୁ ପ୍ରଦାନ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *