କିଡଜୀ ଦ ୱାଲ୍ଡ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରାଦୀପ: ରିଖ ଦିନ କଡଜୀ ଦ ୱର୍ଲ୍ଡ ସ୍କୁଲର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ।ମଧୁବନ ସ୍ଥିତ ସ୍କୁଲ୍ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓ ପି ଯାଦବ (ଟେକ୍ନିକାଲ) ମିସେସ ସୁନୀତା ଯାଦବ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଡି ଏ ଭି ପାରାଦୀପ ର ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରୀ ମହାନ୍ତି,ଜାଗୃତି ସ୍କୁଲ୍ ର ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ମହାନ୍ତି ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାଶ ଯୋଗ ଦେଇଥିଲେ ।କିଡଜୀ ଦ ୱlର୍ଲ୍ଡ ର ଅଧ୍ୟକ୍ଷା ଶ୍ରୀମତୀ ସୁଦେଷ୍ଣା ଦାସ ଅତିଥି ପରିଚୟ କରିଥିବାବେଳେ ଉପାଧ୍ୟକ୍ଷl ଶ୍ରୀମତୀ ସାଗରିକା ସାହୁ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରବନ୍ଧନ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ସୁବୁଦ୍ଧି ନୃତ୍ୟ ନିର୍ଦ୍ଦେଶନା ଦେବା ସହିତ ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସଂପାଦନ କରିଥିଲେ ।ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ଵ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।କୁନି କୁନି ପିଲାମାନଙ୍କ ଦ୍ଵାରା ସଙ୍ଗୀତ ଭିତ୍ତିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶ୍ରୀମତୀ ପଲ୍ଲବୀ ପରୀମିତା, ଶୁଭଲକ୍ଷ୍ମୀ ଏବଂ ସ୍କୁଲର ସମସ୍ତ ଶିକ୍ଷୟତ୍ରୀ,ଅଭିଭାବକ ଓ କର୍ମଚାରୀ ସହଯୋଗ କରିଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )