October 16, 2024
Home » କୁଆଁର ପୁନେଇଁ ଜହ୍ନ ଲୋ.. ପାଇଁ ଜମିଲା ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା

କୁଆଁର ପୁନେଇଁ ଜହ୍ନ ଲୋ.. ପାଇଁ ଜମିଲା ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା

0

 

ବ୍ରହ୍ମପୁର: : ସଂସ୍କୃତି ପ୍ରେମୀ ଅତିଥି, ବହୁ ଗଣମାଧ୍ୟମ ବ୍ୟକ୍ତିତ୍‌ ତଥା ଅଭିଜ୍ଞ ସମ୍ପନ୍ନ ରେଫେରିଙ୍କ ଗହଣରେ ୧୫ ତମ କୁଆଁର ପୁନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ ନିମନ୍ତେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ଷ୍ଟାଡିୟମ ଠାରେ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ କ୍ରୀଡା ଅଫିସର ସନ୍ତୋଷ କୁମାର ସାହୁ ଉଦଘାଟନ କରିଥିଲେ। ଏଭଳି ପ୍ରତିଯୋଗିତା ଲୁପ୍ତ ପ୍ରାୟ ଗ୍ରାମୀଣ କ୍ରୀଡା କୁ ପୁନର୍ଜିବିତ କରିପାରିବ ବୋଲି ବର୍ଣନା କରି ସେ ଏହାକୁ ଉତ୍ସାହିତ କରି ଥିଲେ ଓ ଉଦ୍ୟମ କୁ ପ୍ରଶଂସା କରିଥିଲେl

କୁଆଁର ପୁନେଇ ସଙ୍ଗୀତର ଧୁନ ର ତାଳେ ତାଳେ ସାତଗୋଟି ଗ୍ରାମୀଣ ମହିଳା କ୍ରୀଡ଼ା ଯଥା ବସା ପୁଚି, ଠିଆ ପୁଚି, ଦଉଡି ଡିଆଁ, ଖପରା ଡିଆଁ, କଉଡ଼ି ଖେଳ, ହୁଳହୁଳି, ଶଙ୍ଖ ଫୁଙ୍ଖା ରେ ବ୍ରହ୍ମପୁର ଓ ଆଖପାଖରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୨୫ ଝିଅ ଅଂଶଗ୍ରହଣ କରିଥିଲେ।

 

ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ମୁଖ୍ୟ ଆବାହକ ତଥା ଆନ୍ତର୍ଜ।ତିକ ଖ୍ୟାତିସମ୍ପନ୍ନ ମଞ୍ଚ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀ ସଭାପତିତ୍‌ କରିଥିବା ବେଳେ କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜିକା ସୂଦୀପ୍ତା ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ସୂଚନା ଦେଇଥିଲେ.

ଜାତୀୟ ସ୍ତରୀୟ ମୁଷ୍ଟି ଯୋର୍ଦ୍ଧI ମନୋରମା ମହାରଣା ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l
ଫାଉଣ୍ଡେସନ ଓ କୁଆଁର ପୁନେଇ ଜହ୍ନ ଲୋ -୨୦୨୪ ଉତ୍ସବ କମିଟି ତରଫରୁ ତ୍ରିପତି ବାଲାଜି ପାତ୍ର, ଡକ୍ଟର ମିହୀର କୁମାର ତ୍ରିପାଠୀ, ଡି ସୋମୟI, ଡକ୍ଟର ସବ୍ୟସାଚୀ ରଥ, ସୁନିଲ ପଟ୍ଟନାୟକ, ଭବାନୀ ଶଙ୍କର ମହାପାତ୍ର, ଡକ୍ଟର ବିଶ୍‌ନାଥ ପାଣିଗ୍ରାହୀ, ଭଗବାନ ମହାରଣା,, ରୀନା ରାଣୀ ସାହୁ, ସୋନାଲି ପଣ୍ଡା, ଡକ୍ଟର ପ୍ରବୀର୍‌ ଦାଶ, ରବୀନ୍ଦ୍ର ଗୌଡ, କୃପାସିନ୍ଧୁ ସାହୁ, ସଂହିତା ପାଣିଗ୍ରାହୀ, ବସନ୍ତ ସାହୁ, ଜିତୁନ ସାହୁ, ସୁଶାନ୍ତ ସାହୁ, ବିନୋଦ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କ୍ରୀଡା କାର୍ଯ୍ୟକ୍ରମକୁ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ାବିତ ଓ ରେଫେରି ବିନାୟକ ହୋତା, ସୁକାନ୍ତି ପାତ୍ର,, ମନୋରମା ମହାରଣା , ବ୍ରଜ ଦାସ, ରବୀନ୍ଦ୍ର ମହାରଣା, କେଦାର ନାଥ ଚୌଧୁରୀ ପରିଚାଳନା କରିଥିଲେ। ସମ୍ଭବ କମ୍ୟୁନିଟି ହେଲଥ କ୍ଲିନିକ ତରଫରୁ ପ୍ରତିଯୋଗୀ ମାନଙ୍କୁ ସ୍‌।ସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।

 

ଠିଆ ପୁଚି ରେ କାବେରୀ ବଡରଇତ, ଗାୟତ୍ରୀ ଶବର ଓ ମାଳତୀ ପ୍ରଧାନ, ଶଙ୍ଖ ଫୁଙ୍ଖା ଜୁନିଅର ରେ ସନ୍ତୋଷିନୀ ସାହୁ, ଅର୍ପିତା ପ୍ରଧାନ ଓ ସାରଦା ମଲ୍ଲିକ, ସିନିଅର ରେ ରିନି ପ୍ରଧାନ, ସବିତା ବlଡତ୍ୟା ଓ ଵାଣିଶ୍ରୀ ପଣ୍ଡା, ବସା ପୁଚି ରେ ପ୍ରଣୀତା ରାଉତ, ସଞ୍ଜନା ରାଇତ ଓ ରୋଶଣି ନନ୍ଦ, ଖପରା ଡିଆଁ ରେ କାବେରୀ ବଦରାଇତ, ବର୍ଷାରାଣୀ ସାହୁ ଓ ନିବେଦିତା ମାଝୀ, ଦଉଡି ଡିଆଁ ସିନିଅର ରେ ଗାୟତ୍ରୀ ଶବର, ଦୀପାରାଣୀ ମଣ୍ଡଳ ଓ ବିଶାଖା ଭୂୟାଁ, ଜୁନିଅର ରେ ଚିନ୍ମୟୀ ସିଂ, କସ୍ତୁରୀ ଦେବୀ ଓ ଦିପ୍ତିମୟୀ ସାହୁ, କଉଡ଼ି ଖେଳ ରେ ଜେ ଆସପିନି, କେ ରେଶମା ରେଡି ଓ ରେଶମା ପାଣିଗ୍ରାହୀ ଓ ହୁଳହୁଳି ରେ ଜି ଭାରତୀ, ଜ୍ୟୋତିରlଣୀ ବାରିକ ଓ ସ୍ଵାଗତିକା ଷଡ଼ଙ୍ଗୀ ଯଥା କ୍ରମେ ପ୍ରଥମ, ଦ୍ଵିତୀ୍ୟ ଓ ତୃତୀୟ ବିବେଚିତ ହୋଇଥିଲେ.

 

ଏହି ବିଜୟିନୀମାନଙ୍କୁ ଅକ୍ଟୋବର ୮ ରୁ ସ୍‌ତନ୍ତ୍ର ନୃତ୍ୟ ତାଲିମ ଦିଆଯିବ ବୋଲି କମିଟିର ସଂସ୍କୃତି ନିର୍ଦେଶକ ଡକ୍ଟର ମିହିର ତ୍ରିପାଠୀ କହିଛନ୍ତି। ତାଲିମ ପରେ ଏମାନେ କୁଆଁର ପୁନେଇଁ ଜହ୍ନ ଲୋ.. ମହୋତ୍ସବରେ ଚଳିତ ମାସ ୧୬ ତାରିଖ ଦିନ ଆଇଟିଆଇ ପରିସରରେ ଥିବା ଅଡିଟୋରୀୟମରେ ବହୁ ଜାତୀୟ ଓ ଅନ୍ତର୍ଜ।ତୀୟ ବ୍ୟକ୍ତିତ୍‌ଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟ ଆବାହକ ଶ୍ରୀ ହୃଷିକେଶ ପାଣିଗ୍ରାହୀ କହିଛନ୍ତି।

Leave a Reply

Your email address will not be published. Required fields are marked *