December 21, 2025
Home » କୃଷକ ଉତ୍ପାଦକ ସଂଗଠନ ଓ ଜ଼ିଲ୍ଲା ଅଧିକାରୀ ଙ୍କ ସମ୍ୱନ୍ନୟ ବୈଠକ ଅନୁଷ୍ଠିତ

କୃଷକ ଉତ୍ପାଦକ ସଂଗଠନ ଓ ଜ଼ିଲ୍ଲା ଅଧିକାରୀ ଙ୍କ ସମ୍ୱନ୍ନୟ ବୈଠକ ଅନୁଷ୍ଠିତ

0
WhatsApp Image 2025-11-29 at 1.18.34 PM

ସୁବର୍ଣ୍ଣପୁର: ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ଆୟୋଜନ କ୍ରମେ ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ବୌଦ୍ଧଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାର ସମସ୍ତ ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜ଼ିଲ୍ଲା ର ସମସ୍ତ ଅଧିକାରୀ ଙ୍କ ଏକ ମିଳିତ ସମନ୍ୱୟ ବୈଠକ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ କୃଷି ସମ୍ପର୍କିତ ଓ କୃଷକର ଆୟକୁ ବହୁ ଗୁଣିତ କରିବା ପାଇଁ ତର୍କ ବିତର୍କ ରେ ଆଲୋଚନା ହୋଇ ନିମ୍ନ ବିଷୟ ବିନ୍ଦୁ ଉପରେ ଧ୍ୟାନ ଆକର୍ଷଣ କରି ନିଷ୍ପତ୍ତି ନିଆଗଲା l .ଆଗାମୀ ଦିନରେ ତାଲିମ ଓ ବୈଠକ କାର୍ଯ୍ୟକ୍ରମ ବିଷୟ ବିନ୍ଦୁ କୁ ସାତ ଦିନ ଆଗରୁ ନିର୍ଧାରଣ କରି ଚିଠି ଦ୍ୱାରା ସୂଚନା ଦିଆଯିବ l ତାଲିମ ଓ ବୈଠକ କାର୍ଯ୍ୟକ୍ରମ ର ଆଲୋଚ୍ୟ ଅଧିବେଶନ ଓ ମତାମତ କୁ ଓଡ଼ିଆରେ ଲେଖାଯାଇ ତାକୁ ଜ଼ିଲ୍ଲାପାଳ, ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ପ୍ରେରଣ କରାଯିବ l ସରକାର ଙ୍କ ସମସ୍ତ ଯୋଜନାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଯାହାକି ଚାଷୀମାନଙ୍କ ପର୍ଯ୍ୟନ୍ତ ପହଂଚି ପାରିବ ସେଥିପାଇଁ ସଚେତନ କରାଯାଇ ପାରିବ l ଆଗାମୀ ଦିନରେ ଯେ କୌଣସି ଚାଷୀ ସମ୍ପର୍କିତ ତାଲିମ ଓ ବୈଠକ କାର୍ଯ୍ୟକ୍ରମରେ କୃଷି ସମ୍ପର୍କିତ ଅଧିକାରୀ ଅଧାରୁ ଚାଷୀ ଙ୍କୁ ସ୍ଥାନ ଛାଡ଼ି ଚାଲି ନ ଯିବା ପାଇଁ ମତ ପ୍ରକାଶ ପାଇ ଥିଲା l କିଛି ଏଫ ପି ଓ ଙ୍କୁ ସୂଚନା ଦିଆନ ଯାଇଥିବା ଯୋଗୁଁ ବୈଠକରେ କ୍ଷୋଭ ପ୍ରକାଶ କରାଗଲା l ଆଗାମୀ ଦିନରେ ଏଭଳି ଭୁଲ ନ କରିବା ପାଇଁ ମତ ପ୍ରକାଶ ପାଇଥିଲା l ଜ଼ିଲ୍ଲାର ସମସ୍ତ ଏଫ ପି ଓ ତଥା ଜ଼ିଲ୍ଲାର ସମସ୍ତ କୃଷି ସମ୍ପର୍କିତ ଅଧିକାରୀଙ୍କ ଏକ ହ୍ଵାଟ୍ସଆପ ଗ୍ରୁପ, ଚାଷୀ ଙ୍କ ହିତ ଉଦେଶ୍ୟ ରେ ଗଠନ କରାଗଲା l ଜ଼ିଲ୍ଲାପାଳଙ୍କ ଆଗ୍ରହ ଅନୁସାରେ ଗଣମାଧ୍ୟମ ରେ ପ୍ରକାଶିତ ସମ୍ବାଦକୁ ଗୁରୁତ୍ୱ ଦେବାପାଇଁ ସମସ୍ତ ଅଧିକାରୀ ଙ୍କୁ ଅବଗତ କରାଯାଇଛି l ସାଲୁଙ୍କି ଏଫ ପି ଓ ର ସାର ଲାଇସେନ୍ସ ଥାଇ ମଧ୍ୟ ପସ ମେସିନ, ୟୁଜର ଆଇଡି, ପି ଓ ସ ମେସିନ, ପାସ୍ ୱାର୍ଡ ଇତ୍ୟାଦି ଜ଼ିଲ୍ଲା କୃଷି ଅଧିକାରୀ ଅନୁମତି ନ ଦେବା କଥା ସହିତ ତାଙ୍କର ଦୁଇ ଗୋଟି ତାଲିମ କାର୍ଯ୍ୟକ୍ରମରେ ଅନୁପସ୍ଥିତିକୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ l ତାହା ଚାଷୀ ଙ୍କୁ ନିରୁତ୍ସାହିତ କୁ ସୂଚାଏ ବୋଲି ଅନୁଭବ ଓ ଆଲୋଚନା ହେଲା lଚଳିତ ବର୍ଷ ସାର ଲାଇସେନ୍ସ ଥାଇ ମଧ୍ୟ ଥରେ ସାର ଦେଇ ଆଧାରୁ ବନ୍ଦ କରି ଦେଲେ ଓ ଆଗାମୀ ଦିନରେ ଏଫ ପି ଓ କୁ ସାର ମିଳିବ ନାହିଁ ବୋଲି ସୂଚନା ଦେଲେ l ତାହାକୁ ଜ଼ିଲ୍ଲାପାଳ ଓ ସରକାରଙ୍କୁ ଅନୁରୋଧ କରାଗଲା ଯେ, ସାର ଚାଷୀ ମାନେ ସୁବିଧା ରେ ଏଫ ପି ଓ ରୁ ପାଆନ୍ତୁ ଓ ତାଙ୍କୁ ସାର ଦିଆଯାଉ l ଚାଷୀ ତଥା ଏଫ ପି ଓ ଙ୍କ ମତାମତକୁ ସ୍ପଷ୍ଟଭାବେ କାର୍ଯ୍ୟକାରୀ ହେଉ ଓ ତାହାର ନକଲ କୁ ଜ଼ିଲ୍ଲାପାଳ ଓ ସରକାରଙ୍କ ପାଖକୁ ପ୍ରେରଣ କରାଯାଉ l ଗତ ତା 30.10.2025 ର ତାଲିମ ଓ ବୈଠକ ର ମତାମତ କୁ ସଂଶୋଧନ କରି ସାତ ଦିନ ଭିତେରେ ସମସ୍ତ ଏଫ ପି ଓ, ଜ଼ିଲ୍ଲାପାଳ, ଓ ସରକାରଙ୍କୁ ପ୍ରେରଣ କରାଯାଉ l ଜ଼ିଲ୍ଲାପାଳ, ବୌଦ୍ଧ, ହରଭଙ୍ଗା ବ୍ଲକ ଜନଶୁଣାଣୀ କାର୍ଯ୍ୟକ୍ରମରେ, ସ୍ପଷ୍ଟ କଲେ ଯେ, ଗ୍ରାମାଞ୍ଚଳ ରେ ଚାଷୀ ଙ୍କୁ ଗୋ ସୁଗମ ପୋର୍ଟାଲ ବାବଦରେ ସଚେତନ କରାଯାଉ lପ୍ରଥମ ତାଲିମ ତଥା ବୈଠକ ରେ, 1001 କିସମ ର ଧାନ ଓ ଜାତୀୟ ବିହନ ନିଗମ ର ଏଗ୍ରି ଫାଉଣ୍ଡ ଲାଇଟ ରେଡ ପିଆଜ ବିହନ ନହେବା କଥା କୁ ଆଲୋଚନା ହେବା ସତ୍ୱେ, ଅଧିବେଶନ ରେ ନ ଲେଖିବା କଥାକୁ ସମସ୍ତ ଜ଼ିଲ୍ଲା ଅଧିକାରୀ ଲେଖାଯିବ ବୋଲି ରାଜି ହେଲେ ଓ ସରକାରଙ୍କୁ ତାର ନକଲ ପ୍ରେରଣ କରାଯିବ ବୋଲି ସମ୍ମତି ପ୍ରକାଶ କଲେ l ପଲ୍ଲୀ ବିକାଶ ଏଫପଓ ଦେଇଥିବା ନର୍ସରୀ ପ୍ରୋଜେକ୍ଟ କୁ ଯୋଗେନ୍ଦ୍ର ନାଥ ମହାପାତ୍ର, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ବୌଦ୍ଧ ସରକାରଙ୍କୁ ନ ପଠାଇଥିବା ଯୋଗୁଁ, ତାକୁ ଫେରାଇ ଦେବାକୁ ବୈଠକ ରେ କୁହା ଗଲା l ଚାଷୀ ମାନଙ୍କୁ ତାଲିମ ଓ ମୀଟିଙ୍ଗ କୁ ଦୂରରୁ ଆସୁଥିବାରୁ ତାଙ୍କର ଗସ୍ତ ଖର୍ଚ୍ଚ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା l ଚାଷ ତଥା ଚାଷୀ କୁ ସରକାରୀ କର୍ମଚାରୀ ସରକାରଙ୍କ କୃଷି ଯୋଜନାକୁ ଆଗ୍ରହ ତଥା ତଦାରଖ ନ କରୁ ଥିବାରୁ, ଗ୍ରାମାଞ୍ଚଳରୁ ଚାଷୀ ମାନେ ଦାଦନ ଯାଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା l ଆଗାମୀ ଦିନରେ ଜ଼ିଲ୍ଲା ଅଧିକାରୀ ମାନେ, ପ୍ରାଧାନ୍ୟ ଦେବେ ବୋଲି କଥା ଦେଇଥିଲେ l ଯେମିତି, ବିନା ସାରରେ ଧାନ ହେବ ନାହିଁ l
ବିନା କୋଚିଂ ରେ ପାଠ ହେବ ନାଇଁ l ବିନା ତାଲିମ ରେ ସଠିକ ଯୋଜନା କରିହେବ ନାଇଁ l
ବିନା ଇଚ୍ଛା, ଆଗ୍ରହ, ଓ ସହଯୋଗ ରେ ଚାଷୀର ଆୟ କୁ ବଢ଼ାଇ ହେବ ନାହିଁ l ବିନା କ୍ଷେତ୍ର ପରିଦର୍ଶନରେ, କାର୍ଯ୍ୟାଳୟ ରେ ରିପୋର୍ଟ କେଖିବା ନାହିଁ l ବିନା ଉପରିସ୍ଥ ସରକାରୀ ଅଧିକାରୀଙ୍କ ଆଦେଶରେ ସରକାରୀ ଚାକିରିଆ, ଯୋଜନା ଥିଲେ ବି, କାମ କରନ୍ତି ନାହିଁ l ତେଣୁ ଜ଼ିଲ୍ଲା ସ୍ତରୀୟ ସରକାରୀ କର୍ମଚାରୀ ସରକାରଙ୍କ ଯୋଜନାକୁ କ୍ରିୟାଶୀଳ କରିବା ପାଇଁ ଆଲୋଚନା ହେଲା ଓ ମତ ପ୍ରକାଶ ପାଇଲା l ଶେଷରେ ସମସ୍ତେ ଶପଥ ପାଠ କଲେ ଯେ :- ମୁଁ, ଆଜି ମୋର ଇଷ୍ଟ ଦେବଙ୍କୁ ସାକ୍ଷୀ ରଖି ଶପଥ କରୁଛି ଯେ, ମୁଁ ଚାଷୀ ପାଇଁ ଉଦିଷ୍ଟ ଯାହା ବି କାମ, ଯୋଜନା, ହେବ, ନିର୍ବାହ କରିବି l ମୋର ଦ୍ୱାରା, ଯାହା ବି କାର୍ଯ୍ୟ ସମ୍ପାଦନ ହେବ, ମୁଁ କରିବି lସାଥି ହେବି l ସଫଳ କରାଇବା ପାଇଁ, ପ୍ରୟାସ କରିବି lଚାଷୀ କୁ ସରକାର ଙ୍କ ସିଧା ସଳଖ ଯୋଜନା ରେ, ଅନ୍ତର୍ଭୁକ୍ତ କରିବା ପାଇଁ, ହଇରାଣ କିମ୍ବା ଉତକୋଚ ନେବି ନାଇଁ l ଚାଷୀ କୁ ସଫଳତାରେ ପହଞ୍ଚାଇବା ପାଇଁ, ଯଦି ତଦାରଖ ର ଆବଶ୍ୟକ ପଡେ, ତାହା ବିନା ଦ୍ଵିଧା ରେ ଜ୍ଞାନ ଓ କୌଶଳ ସହ, ସହଯୋଗ କରିବି l ଚାଷୀର ଆୟ କୁ ବୃଦ୍ଧି ଦିଗରେ, ଶତତ ପ୍ରୟାସ ଜାରି ରଖିବି l ଚାଷୀର ଉନ୍ନତିରେ, ଦେଶ ର ଉନ୍ନତି lଜୈ ଯବାନ, ଜୈ କିଶାନ l ଭାରତ ମାତା କି ଜୟ ନାରା ଦେଇ କାର୍ଯ୍ୟକ୍ରମ ପରିସମାପ୍ତି ହୋଇଥିଲା l ଶେଷରେ ପଲ୍ଲୀ ବିକାଶ ଏଫ ପି ଓ ର ନିର୍ଦ୍ଦେଶକ ରାଜୁ ଭାଇ, ସରକାରୀ ଅଫିସର, ଚାଷୀ ଙ୍କୁ ସହଯୋଗ କରିବୁ କଥା ଦେବାରୁ କୃତଜ୍ଞତା ଜ୍ଞାପନ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *