କୃଷି ସିଞ୍ଚାଇ ଯୋଜନାରେ ରେ ମହାଦୁର୍ନୀତି
ଖାଇ ଗଲେ ଲକ୍ଷ୍ୟ ଲକ୍ଷ୍ୟ ଚାଷୀ ମାନଙ୍କ ପାଇଁ ଆସିଥିବା ଟଙ୍କା
ଜିଲ୍ଲା ପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ
ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଗଡ଼ପଳାଶୁଣୀ ପଞ୍ଚାୟତ ଅନ୍ତର୍ଗତ ଜରଡ଼ା-ଦେହୁରୀହତା ଗ୍ରାମ କୁ ନେଇ ଗଠିତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ବାଲିଚେତନା ନାଳ ୧ ଜଳବିଭାଜିକା କମିଟି ଗଠନ ହୋଇଅଛି।ଏହି କମିଟି ଉଭୟ ଗ୍ରାମକୁ ନେଇ ଗଠନ ହୁଇଥିବା ବେଳେ ସର୍ବ ମୋଟ କମିଟି ସଦସ୍ୟ ପ୍ରାୟ 13ଜଣ ଅଛନ୍ତି ବୋଲି ସୂଚନା ମିଳିଛି କିନ୍ତୁ କମିଟି ସଦସ୍ୟ କାହାରିକୁ ନ ପଚାରି କମିଟି ର ସଭାପତି ଏବଂ ସମ୍ପାଦକଙ୍କ ମନ ମୁଖି ଏକ ଛତ୍ର ବାଦ କାର୍ଯ୍ୟ ହବା ଯୁଗୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ହେରଫେର ନଜର କୁ ଆସୁଥିବା ଅନୁମାନ କରାଯାଉଛି। ଏମିତି କି ଗୋଟିଏ ବି କମିଟି ସଦସ୍ୟ ଙ୍କୁ ଡାକି ଥରେ ମଧ୍ୟ ମିଟିଙ୍ଗ କରା ନ ଯିବାକୁ ନେଇ ଅଧିକ ସନ୍ଧେହ ସୃଷ୍ଟି କରୁଛି କି ଭଳି କମିଟି ର ବିନା ରିଜୁଲେସନ ରେ ଏତେ ସବୁ ପ୍ରକଳ୍ପ କାମ କରାଗଲା ତାହା ଏବେ ସନ୍ଧେହ ଘେରରେ।

ସୂଚନା ଥାଉକି ଉଭୟ ଗ୍ରାମ ର ଚାଷୀ ଙ୍କୁ ଆତ୍ମନିଭର କରିବା ପାଇଁ ପି ଏସ ଏମ ଇ ବାବଦକୁ ଛେଳି ଚାଷ, କୁକୁଡ଼ା ପାଳନ, ପନିପରିବା ଚାଷ ପାଇଁ ସରକାର ଙ୍କ ତରଫରୁ ୧୬୦୦୦ଟଙ୍କା ପ୍ରଦାନ କରାଯାଇଥିଲା କିନ୍ତୁ ଚଞ୍ଚକତା କରି କମିଟି ର ସମ୍ପାଦକ ଏବଂ ଅନ୍ୟ ଜଣେ କମିଟି ର ସଦସ୍ୟ ଙ୍କ ସହାୟତା ରେ ଯେଉଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଥିଲା ସେମାନଙ୍କଠୁ ଧମକେଇ ଡରେଇ ଏ ଟଙ୍କା ଅଫିସର ନେବେ କହି ଟଙ୍କାକୁ ପୁନଃଶ୍ଚ ନେଇଗଲେ, ଏ ନେଇ କଙ୍କଡ଼ାହାଡ଼ ଠାରେ ସୋମବାର ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ସମୟରେ ଷୋଷଣ ର ଶିକାର ହେଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଥିଲେ ସଙ୍ଗେ ସଙ୍ଗେ ଜ଼ିଲ୍ଲା ପାଳ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହ ଏପଟେ ବିଡ଼ିଓ ଙ୍କୁ ମହାବିରୋଡ଼ ଥାନା ଅଧିକାରୀ ଙ୍କୁ ସୂଚନା ଦେଇ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନବା ପାଇଁ ଜ଼ିଲ୍ଲା ପାଳ ନିର୍ଦେଶ ଦେଇଥିଲେ। ଅନ୍ୟ ଏକ ଅଭିଯୋଗ ମୁତାବକ ଉଭୟ ଗ୍ରାମ ରେ ଥିବା ପୁରୁଣା ପୂଖରୀକୁ ନୂଆଁ ଦର୍ଶାଇ ମିଥ୍ୟା ବିଲ୍ ଜଳବିଭାଜିକା ତରଫରୁ ଏବଂ ଅନ୍ୟପଟେ ମନରେଗା ଯୋଜନାରେ ସେଇ ସମାନ ପୂଖରୀକୁ ବ୍ଲକ୍ ଏବଂ ପଂଚାୟତ ତରଫରୁ ପୁନଃରୁଦ୍ଧାର ପାଇଁ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ହଡପ ଅଭିଯୋଗ ସାମ୍ନାକୁ ଆସୁଥିବାର ସାଧାରଣରେ ଚର୍ଚ୍ଚା ହେଉଅଛି। ଅନ୍ୟପଟେ ଗ୍ରାମବାସୀ ଚେତାବନୀ ଦେଇ କହିଛନ୍ତି ଏହାର ଉଚ୍ଚସ୍ତରୀୟ ସମସ୍ତ କାର୍ଯ୍ୟ ର ତଦନ୍ତ ହବା ସହ ଭିଜିଲାନ୍ସ ଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି। ଏ ସମସ୍ତ ଦିଗପ୍ରତି ଦୃଷ୍ଟି ଦେଇ ଜ଼ିଲ୍ଲା ପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଭାବେ ଗୁରୁତ୍ୱ ଦେଇ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଅଛି।
