କୃଷ୍ଣା ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସଵ ଅନୁଷ୍ଠିତ
ଧର୍ମଗଡ ବ୍ଲକ କୃଷ୍ଣା ଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ପ୍ରଣତି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଧର୍ମଗଡ ବିଇଓ ଶ୍ରୀମତୀ ପଙ୍କଜିନି ମାଝୀ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ, ସମ୍ମାନୀତ ଅତିଥି ଭାବେ ଧର୍ମଗଡ ଏନ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ, ସାଂସଦ ପ୍ରତିନିଧି ଲକ୍ଷ୍ମୀ କାନ୍ତ ବାଗ , ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ଏ ବିଇଓ ହେମନ୍ତ କୁମାର ପଣ୍ଡା, ପୁରାତନ ଛାତ୍ର ବିଦ୍ୟାଧର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡାଙ୍ଗନ ଓ ପିଏମଶ୍ରୀ ଦୋକାନ ଯାତ୍ରା ଏପରି ଚାରୋଟି ବିଭାଗରେ ନିଜ ନିଜ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଉତ୍ସଵ ମଞ୍ଚ କୁ ଶିକ୍ଷକ ସରୋଜ କୁମାର ପଣ୍ଡା ଶବ୍ଦ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ କୁ ପିଏମଶ୍ରୀ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସର ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
