November 28, 2025
Home » କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ଦ୍ୱାରେ ଚାଲିଛି ଆନ୍ଦୋଳନ।

କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ଦ୍ୱାରେ ଚାଲିଛି ଆନ୍ଦୋଳନ।

0
WhatsApp Image 2025-02-12 at 11.00.23 PM

ସ୍ଥାନୀୟ ଟ୍ରକ୍ ମାଲିକ ମାନେ ପରିବହନ ବନ୍ଦ କଲେ। ରାଜନୀତି ଲାଗି ଦୈନିକ ୨୦୦ ଟୋକନ୍ ଗାଏବ।
କେନ୍ଦୁଝର: କେନ୍ଦୁଝର ସହର ଟ୍ରକ୍ ମାଲିକ ମାନେ ମାସକୁ ଗୋଟେ ଦୁଇଟା ଟ୍ରିପ୍ ମଧ୍ୟ ପାଉନାହାନ୍ତି। ସେମାନେ ତେଣୁ ଦେବାଳିଆ ହୋଇ ଡ୍ରାଇଭର ହେଲପରକୁ ଦରମା ଦେଇ ପାରୁନାହାନ୍ତି। କିଛି ମାଲିକ ଘରୁ ଟଙ୍କା ସୁନା ବାହାର କରି କିସ୍ତି ଶୁଝିଲେଣି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ କିଛି ଦଳୀୟ ନେତା ନିଜର ଗାଡ଼ି ନଥାଇ କିପରି ଚଳିବୁ ବୋଲି ୨ ଲେଖା ଟୋକନ ନେଇ କଳାବଜାର କରୁଛନ୍ତି। ଏମାନଙ୍କୁ ପୋଲିସ ଧରି ଗିରଫ କରିବା ବଦଳରେ ଜ୍ବାଇଁ ପରି ସମ୍ମାନ ଦେଉଥିବାରୁ କ୍ଷୋଭ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ କି ଶୁଆକାଟୀ ସ୍ଥିତ ରାଜ୍ୟ ଖଣି ନିଗମର ଖଣି ସମୂହ କେନ୍ଦୁଝର ସହରଠାରୁ ମାତ୍ର ୧୦ କିଲୋମିଟର ଭିତରେ ଅବସ୍ଥିତ ଯାହା ଏୟାର ଡିଷ୍ଟାଂସରୁ ସ୍ପଷ୍ଟ। ଟ୍ରକ୍ ଖଣିରୁ ବାହାରି କେନ୍ଦୁଝର ସହର ଦେଇ ଯାଏ ତେଣୁ ସହର ଜାମ ହୁଏ ଧୂଳି ଧୂଆଁ ଦୁର୍ଘଟଣାରୁ ବହୁତ ଲୋକ ମୃତାହତ ହେଲେଣି। କେନ୍ଦୁଝର ସହରର ସ୍ଥାନୀୟ ପିଲା ବେକାର ହୋଇ ବୁଲୁଥିଲେ ନିଯୁକ୍ତି ନାହିଁ ତେଣୁ ଟ୍ରକ୍ ଖଣ୍ଡେ ଖଣ୍ଡେ ଘରୋଇ ସଂସ୍ଥାରୁ ଋଣ ନେଇ ଟ୍ରକ୍ ଆଣି ଚଳାଉଛନ୍ତି। ହେଲେ କେନ୍ଦୁଝର ଟ୍ରକ୍ ମାଲିକ ଯୋଡ଼ା ବଡ଼ବିଲ ବଉଳା ଅଞ୍ଚଳରୁ ଟ୍ରିପ୍ କରିବାକୁ ସୁଯୋଗ ପାଉ ନାହାଁନ୍ତି କିନ୍ତୁ କେନ୍ଦୁଝର ସହର ପାଖ ଶୁଆକାଟୀ ଖଣିରୁ ବାହାର ଟ୍ରକ୍ ସବୁ ପରିବହନ କରୁଛନ୍ତି। ଫଳରେ ଏବେ ଟ୍ରକ୍ ପରିବହନ ଲାଭଜନକ ନହୋଇ କ୍ଷତି ହେଉଛି। ଏହି ଅବସରରେ ଆଉ ୫୦୦ରୁ ଉର୍ଦ୍ଧ୍ବ ନୂଆ ଟ୍ରକ୍ ମାଲିକ କୁଆଡୁ ଆସି ଏଠାରେ ଗାଡ଼ି ଲଗେଇଲେଣି। ଏହି ବିପଦ ଦେଖି କେନ୍ଦୁଝର ସହରର ଟ୍ରକ୍ ମାଲିକ ମାନେ ବଫର ଜୋନ ଟ୍ରକ୍ ମାଲିକ ମାନଙ୍କୁ ସ୍ବତନ୍ତ୍ର ଲୋଡିଂ କୋଟା ଦେବାକୁ ଦାବି କରିଛନ୍ତି। ଟ୍ରକ୍ ମାଲିକ ରାଜେଶ୍ ମହାରଣା କେନ୍ଦୁଝର ଟ୍ରକ୍ ମାଲିକଙ୍କର ଭିତରେ ଡୋମିସାଇଲ ନିୟମ ଲାଗୁ କରି ଲୋଡିଂ ଦେବାକୁ ଦାବି କରିଛନ୍ତି। ଟ୍ରକ୍ ମାଲିକ ସୁଦୀପ ସାହୁ ସ୍ଥାନୀୟ ଟ୍ରକ୍ ମାଲିକଙ୍କୁ ନିୟମ ଅନୁସାରେ କୋଟା ଦେଇ ନ୍ୟାୟ କରିବାକୁ ଦାବି କରିବା ସହ ଅନ୍ୟଥା ଆହୁରି ଜୋରଦାର ଆନ୍ଦୋଳନ ହେବ କହିଛନ୍ତି। ଦରକାର ହେଲେ ଏହି ପ୍ରଭାବିତ ଟ୍ରକ୍ ମାଲିକ ମାନେ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ସବୁଦିନ ଲାଗି ତାଲା ମାରିବାକୁ କୋର୍ଟ ଯିବେ ବୋଲି କହିଛନ୍ତି। ତେବେ ଗନ୍ଧମାର୍ଦ୍ଦନ ଖଣିରୁ ପରିବହନ ଲାଗି ସ୍ବତନ୍ତ୍ର କୋଟା ଦେବାକୁ ଆନ୍ଦୋଳନ ଏଯାଏ ବନ୍ଦ ହୋଇନି ପୋଲିସ ଫଉଜ ସହ ଟ୍ରକ୍ ମାଲିକ ମାନେ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ଜମା ହୋଇଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *