July 2, 2025
Home » କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପହେଲଗାମ ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା।

କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପହେଲଗାମ ସହିଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା।

0
WhatsApp Image 2025-04-25 at 5.47.19 AM (1)

ସହିଦ ଅମର ରହେ, ପାକିସ୍ଥାନ ମୁର୍ଦ୍ଦାବାଦ ନାରା ଗୁଞ୍ଜରିତ।

କେନ୍ଦୁଝର: କେନ୍ଦୁଝର ସହରରେ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ପହେଲଗାମ ସହିଦଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା କ୍ୟାଣ୍ଡେଲ୍ ମାର୍ଚ୍ଚ ବାହାରି ଥିଲା। ତେବେ ସନ୍ଧ୍ୟାରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଏକ ମହମବତୀ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖ ଯାଏ ଆସିଥିଲା। ଯୁବ କଂଗ୍ରେସ କର୍ମୀ ମାନେ ସଦିଦ ଅମର ରହେ ,ପାକିସ୍ଥାନ ମୁର୍ଦ୍ଦାବାଦ୍ ନାରା ଦେଇଥିଲେ।

ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦେଶର ଏହି ଅବସ୍ଥା ସମୟରେ ଶାନ୍ତ ରହିଛି। ଆଗରୁ ପାକିସ୍ଥାନ ସହ କଂଗ୍ରେସ ସରକାର ବେଳେ ୩ଟି ଯୁଦ୍ଧ ହୋଇଛି ପାକିସ୍ଥାନ ସବୁଥର ପରାଭବ ଭୋଗିଛି। ୫୪ ବର୍ଷ ତଳେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵରେ ହୋଇଥିବା ଯୁଦ୍ଧରେ ପାକିସ୍ଥାନ ହାରି ଦୁଇ ଖଣ୍ଡ ହୋଇଥିଲା। ତେଣୁ କଂଗ୍ରେସର ଇତିହାସ ସବୁ ବେଳେ ଆତଙ୍କବାଦ ବିରୋଧରେ ଲଢେଇ ଆଭିମୁଖ୍ୟ ନେଇ ରହିଥିଲା ଆଜି ବି ରହିଛି ବୋଲି ଯୁବ କଂଗ୍ରେସ କର୍ମୀମାନେ ବାର୍ତ୍ତା ଦେଇଥିଲେ। ଏବେ ଆରୋପ ପ୍ରତ୍ୟାରୋପ ହୀନ ରାଜନୀତି କରିବା ବେଳ ନୁହେଁ ଦେଶବାସୀ ଏକଜୁଟ ହେବାର ବେଳ ବୋଲି କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି।

ତେଣୁ ଆଜି ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ସ୍ଥାପନ କରି ସହିଦ ହୋଇଥିବା ଭାରତୀୟଙ୍କ ଆତ୍ମା ଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିର ଏହି ମହମବତୀ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ସଙ୍ଗୀତା ସିଂହ,ସଂଗ୍ରାମ ଦାସ,ବିନୋଦ ବିହାରୀ ନାୟକ,ନିର୍ମଳ ନାୟକ,ପ୍ରତିଭା ମଞ୍ଜରି ନାୟକ,ଉତ୍ତମ ସାହୁ, ସୁଢ଼ଳ କୁମାର ସେଠୀ,ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ,ଲଳିତ ମୋହନ ନାୟକ ପ୍ରଭୃତି ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *