February 6, 2026
Home » କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2026-01-09 at 7.33.37 AM

​କେନ୍ଦୁଝର:ଆସନ୍ତା ଜାନୁଆରୀ ୨୬ ତାରିଖରେ ପାଳିତ ହେବାକୁ ଥିବା ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।​ଏଥିରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଆଗାମୀ ଜାନୁଆରୀ ୨୬ ଉତ୍ସବକୁ ସୁଚାରୁରୂପେ ପାଳନ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ଉକ୍ତ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ।​ବିଭିନ୍ନ ଅନୁଷ୍ଠାନରେ ସକାଳ ୭ଟା ୩୦ରେ ଅନୁଷ୍ଠାନ ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ପରେ ସକାଳ ୮ଟା ୩୦ମିନିଟ୍‌ ସମୟରେ କେନ୍ଦୁଝର ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ଏଥିରେ ପୋଲିସ, ଏନସିସି ଓ ସ୍କାଉଟ୍ ଏବଂ ଗାଇଡ୍ ଦଳ ପକ୍ଷରୁ ମିଳିତ ପ୍ୟାରେଡ ପ୍ରଦର୍ଶନ କରାଯାଇ ଅଭିବାଦନ ଗ୍ରହଣ କରାଯିବ।​ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶପ୍ରେମମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।​ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସେମାନଙ୍କର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ।​ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ। ଆସନ୍ତା ଜାନୁଆରୀ ୨୧, ୨୨ଓ ୨୪ ତାରିଖରେ କେନ୍ଦୁଝର ଷ୍ଟାଡିୟମ ଠାରେ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଆଇଏସ ପ୍ରୋବେସନର୍ ପୱନ କୁମାର ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁକାନ୍ତ ମାଝୀ, ବୁଦ୍ଧିଜୀବୀମାନେ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ,ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷାନୁଷ୍ଠାନର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *