କେନ୍ଦୁଝର ପୋଲିସ ର ସାଇବର ସେଫଟି କ୍ୟାମ୍ପେନ
କେନ୍ଦୁଝର :କେନ୍ଦୁଝର ଅଡିଟରୀୟମ ରେ କେନ୍ଦୁଝର ପୋଲିସ ପକ୍ଷରୁ ସାଇବର ସେଫଟି କ୍ୟାମ୍ପେନ ଓଡିଶା ୨୦୨୫ ଆୟୋଜିତ ହୋଇଯାଇଛି, ମାସାଧିକ କାଳ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହରେ ଯୁବଗୋଷ୍ଠୀ, ସ୍ୱୟଂସହାୟକ ଗୋଷ୍ଠୀ, କଲେଜ ଛାତ୍ର ଛାତ୍ରୀ, ଡାକ୍ତରୀ ଛାତ୍ର ଛାତ୍ରୀ, ସାଧାରଣ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳ ସଦସ୍ୟ ଶହ ଶହ ସଂଖ୍ୟାରେ ଉପସ୍ଥିତି ଜାହିର କରି ଏହି ସଚେତନତା ସମାରୋହରୁ ବହୁ ଜ୍ଞାତବ୍ୟ ତଥ୍ୟ ଆହାରଣ କରିଥିଲେ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟଅତିଥି, ଜିଲ୍ଲାପାଳ ବିଶାଳ ସିଂ ସମ୍ମାନିତ ଅତିଥି, ବନ୍ୟପ୍ରାଣୀ ତତ୍ୱାବଧାରକ ଧନରାଜ ଏଚଡି, କେନ୍ଦୁଝର ପୌରଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଅନ୍ୟତମ ଅତିଥି, ବ୍ରାଣ୍ଡ ଅମ୍ବାସାଡର ଓଲିଉଡ଼ ର ଚର୍ଚ୍ଚିତ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ସାଇବର ସଚେତନତା ସମ୍ପର୍କ ରେ ମତାମତ ପ୍ରଦାନ କରି ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ, କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ସଭାପତିତ୍ୱ କରିଥିଲେ, ବିଭିନ୍ନ ସଚେତନଧର୍ମୀ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ ସହିତ କ୍ଷୁଦ୍ର ନାଟକ ଓ ସଂଗୀତ ପରିବେଷଣ କରାଯିବା ସହିତ ରାଜ୍ୟରେସର୍ବ ପ୍ରଥମ ଥର ପାଇଁ ଅନୁସନ୍ଧାନ ପୋର୍ଟାଲ, ଇ ଡ୍ୟୁଟି ପରିଚାଳନା, ଇ ବିଟ ଓ ପ୍ରୋଜେକ୍ଟ ରାକ୍ଷୀ ର ଶୁଭ ଉନ୍ମୋଚନ କରାଯାଇଥିଲା, ଏହା ମାଧ୍ୟମରେ ସାଧାରଣ ଜନତା ତୁରନ୍ତ ସମସ୍ତ ପ୍ରକାର ପୋଲିସ ସେବା ପାଇବା ସହିତ ସାଇବର ସୁରକ୍ଷା ପାଇପାରିବେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଭାସୀ ମାଧ୍ୟମରେ ସମବେତ ଗୋଷ୍ଠୀ ଙ୍କୁ ସାଇବର ସଚେତନତା ସମ୍ପର୍କ ରେ ଶପଥ ପଠା କରାଇଥିଲେ, ଏ ଅବସରରେ ଆୟୋଜିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗି ଙ୍କୁ ପୁରସ୍କୃତ କରାଯାଇଥିଲା, ସାଇବର ଏକ୍ସପର୍ଟଗଣ ଉନ୍ମୋଚିତ ପୋର୍ଟାଲ ର ବ୍ୟବହାର ଓ ଉପକାରିତା ସମ୍ପର୍କ ରେ ତଥ୍ୟ ପ୍ରଦାନ କରିଥିଲେ,
