କେନ୍ଦୁଝର ରେ ତିନିଦିନିଆ ରେଡ଼କ୍ରସ ତାଲିମ ଶିବିର
କେନ୍ଦୁଝର :-କେନ୍ଦୁଝର ସଦରମହକୁମାସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କେନ୍ଦୁଝର ଶିକ୍ଷା ମଣ୍ଡଲାଧୀଶ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଜିଲ୍ଲାସ୍ତରୀୟ ଅଣତାଲିମ ପ୍ରାପ୍ତ ଜୁନିଅର ରେଡ଼କ୍ରସ କାଉନସିଲର ତାଲିମ ଶିବିର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି, ଏହି ଉତ୍ସବ ରେ ଜିଲ୍ଲା ଶିକ୍ଷାଧିକାରୀ ପୁର୍ଣ ଚନ୍ଦ୍ର ବରିହା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ରାମକୃଷ୍ଣ ବେହେରା ସ୍ୱାଗତ ଭାଷଣ ଦେଇଥିଲେ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ,ଏଡିଇଓ ଶ୍ରୀକାନ୍ତ ବେହେରା, ଏଡିଇଓ ପ୍ରକାଶ କୁମାର ମହାଳିକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ, ପ୍ରାରମ୍ଭ ରେ ରେଡ଼କ୍ରସ ପତାକା ଉତ୍ତୋଳନ କରାଯିବା ସହିତ ରେଡ଼କ୍ରସ ସଂଗୀତ ଗାନ କରାଯାଇ ତାଲିମ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା, ଅତିଥି ବୃନ୍ଦ ରେଡ଼କ୍ରସ ଟି ସାର୍ଟ ର ଶୁଭ ଉନ୍ମୋଚନ କରିଥିଲେ, ଏହି ତିନିଦିନିଆ ତାଲିମ ଶିବିର ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଷାଠିଏ ଜଣ ଶିକ୍ଷକ ଯୋଗ ଦେଇ ତାଲିମ ଗ୍ରହଣକରୁଛନ୍ତି, ରେଡ଼କ୍ରସ ଲକ୍ଷ୍ୟ ଓ ମୂଳମନ୍ତ୍ର, ପ୍ରାଥମିକ ଚିକିତ୍ସା, ବିପର୍ଯୟ ପରିଚାଳନା, ଯୋଗ, ଟ୍ରାଫିକ ନିୟମ, ଅଗ୍ନି ସୁରକ୍ଷା, ସମ୍ପର୍କ ରେ ଅଭିଜ୍ଞ ତାଲିମ ଦାତା ଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବା ସହିତ ଦକ୍ଷତା ବିକାଶ,ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ ଜେଆରସି କାଉନ ସିଲର ପ୍ରଶାନ୍ତ କୁମାର ପରିଡା, ବିଷ୍ନୁପ୍ରିୟା ଓଝା,ପ୍ରିୟଙ୍କା ମହାନ୍ତ, ପ୍ରଦୀପ ବାରିକ, ସୁଶାନ୍ତ ମହାନ୍ତ, ଫକୀର ମହାନ୍ତ ଶିବିର ପରିଚାଳନା କରିଥିଲେ, ବାଳିକା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜୟପ୍ରକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, ଆସନ୍ତା ୨୬ତାରିଖ ଅପରାହ୍ନ ରେ ଏହି ଶିବିର ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି
