July 27, 2025
Home » କେନ୍ଦୁଝରସ୍ବୟଂ ସହାୟକ ଗୋଷ୍ଠୀ ଉତ୍ପାଦିତ ସାମଗ୍ରୀ ର ମାର୍କେଟିଂ ଗବେଷଣା

କେନ୍ଦୁଝରସ୍ବୟଂ ସହାୟକ ଗୋଷ୍ଠୀ ଉତ୍ପାଦିତ ସାମଗ୍ରୀ ର ମାର୍କେଟିଂ ଗବେଷଣା

0
WhatsApp Image 2025-05-02 at 8.21.06 PM

କେନ୍ଦୁଝର ରେ ଓରମାସ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପେପରମ୍ୟାଚି, ଧୂପକାଠି, ନଡ଼ିଆକୋରା, ଆରିଶାପିଠା, ଫୁଲବଡି, କଖାରୁବଡି, ମସୁରବଡି, ନଡ଼ିଆତେଲ, ହରବାଲଗାଧୁଆସାବୁନ, ବାସନମଜା ଲିକ୍ଯୁଇଡ, ତେଲକୋଇ ମହୁ, ପ୍ରଭୃତି ସାମଗ୍ରୀ ର ଉତ୍ତମ ଖାଉଟି ବଜାର ସୃଷ୍ଟି ନିମନ୍ତେ ଏକ ଗବେଷଣାତ୍ମକ ଦୁଇମାସିଆ କାର୍ଯ୍ୟକ୍ରମ ରେ ପଶ୍ଚିମବଙ୍ଗ ରାମକୃଷ୍ଣ ମିଶନ କୃଷିଓ ଗ୍ରାମ୍ୟବିକାଶ ବିଭାଗ ପକ୍ଷରୁ ଟ୍ରେନି ଛାତ୍ର ଏସକେ ଜିସାନ ଅଲ୍ଲୀ, ଏବଂ ସୁଶ୍ରୀ ସାଓନି ଘୋଷ ମାର୍ଚ୍ଚ ଏପ୍ରିଲ ଦୁଇମାସ କେନ୍ଦୁଝର ରେ ଅବସ୍ଥାନ କରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକେନ୍ଦୁଝର ଓରମାସ ତତ୍ୱାବଧାନ ରେ ରିସର୍ଚ୍ଚ କାର୍ଯ୍ୟ ସମାପନ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ଗ୍ରାମ୍ୟ ଉନ୍ନୟନ ଶ୍ରୀ କୁମାର ନାଗଭୂଷଣ ଙ୍କ ଦ୍ୱାରା ପ୍ରଶଂସିତ ଓ ସମ୍ବର୍ଦ୍ଧିତ ହେବା ସହିତ ନିଜର ସନ୍ଦର୍ଭ ଉପସ୍ଥାପନ କରିଛନ୍ତି,

ଏହିସବୁ ସାମଗ୍ରୀ କୁ କିଭଳି ଉପାୟରେ ଖାଉଟି ମାନଙ୍କ ନିକଟରେ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଇପାରିବ ତାହାର ନମୁନା ମାନ ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଯୁଗ୍ମ ନିର୍ବାହୀ ଅଧିକାରୀ ସ୍ବପନ ଗୋସ୍ୱାମୀ,ବିଜନେସ ମ୍ୟାନେଜର ସୁଶ୍ରୀ ଗାୟତ୍ରୀ ପରିଡା, ପ୍ରକଳ୍ପ କାର୍ଯ୍ୟକ୍ରମ ନିଷ୍ପାଦକ ଚନ୍ଦ୍ରଶେଖର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ,

Leave a Reply

Your email address will not be published. Required fields are marked *