କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ରେ ବିଶେଷ ଦାନ୍ତ ଚିକିତ୍ସା ସ୍ଵାସ୍ଥ୍ୟ ଶିବିର
କେସିଙ୍ଗା :ଲୋକଙ୍କ ସ୍ଵାସ୍ଥ୍ୟ ସମସ୍ୟା କୁ ଦୃଷ୍ଟି ରେ ରଖି ଲୋକଙ୍କ ପାଖରେ ବିନା ମୂଲ୍ୟରେ ସ୍ଵାସ୍ଥ୍ୟ ସେବା ପ୍ରଦାନ ପାଇଁ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାହାଦୁରପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଦଳ ସାଙ୍ଗକୁ ଲେଵ ଟେକନିସିଏନ ଓ ଔଷଧ ପତ୍ର ନେଇ ଏକ ଦାନ୍ତ ରୋଗ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ଛାତ୍ର ଛାତ୍ରୀ ମାନେ ନିଜ ଦାନ୍ତ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ ପତ୍ର ନେବା ସହିତ ଡାକ୍ତରଙ୍କ ବହୁମୂଲ୍ୟ ପରାମର୍ଶ ନେଇଥିଲେ। ଏହି ଦାନ୍ତ ଶିବିରକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ସାହୁ ଉଦ୍ଘାଟନ କରିଥିବା ବେଳେ ବିଶେଷ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଶତପଥୀ ୧୭୮ ଜଣ ଛାତ୍ର ଛାତ୍ରୀ ଙ୍କ ଦାନ୍ତ ପରୀକ୍ଷା ନିରୀକ୍ଷା କରି ପ୍ରାୟ ୧୦୦ ଜଣଙ୍କୁ ମାଗଣା ଔଷଧ ସହ ପରାମର୍ଶ ପ୍ରଦାନ କରିଥିଲେ।


ଅନ୍ୟ ମାନଙ୍କ ମଧ୍ୟରେ ରାମକୀ ଫାଉଣ୍ଡେସନ ର ଜିଲ୍ଲା ପି ସି ଡାକ୍ତର ବିମଲ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଜୋସ୍ନାରାନି ବେହେରା, ଷ୍ଟାଫ ନର୍ସ ପାଙ୍କଜିନି ରଣା , ଏଲ ଟି ନିତୁ ନାୟକ, ନିରଞ୍ଜନ ହାତୀ, ଙ୍କ ସମେତ ବିଦ୍ୟାଳୟର ସଭାପତି ଯଶୋଦା ପୋଢ଼ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଯୋଗେଶ୍ୱରି ବାଗ ଧନ୍ୟବାଦ୍ ଅର୍ପଣ କରିବା ସହିତ ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ କୁ ତାଙ୍କର ମହତ କାର୍ଯ୍ୟ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
