March 18, 2026
Home » କୋକସରା ବ୍ଲକ ମୋଟେର ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ

କୋକସରା ବ୍ଲକ ମୋଟେର ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-03-17 at 5.57.37 PM

 

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟେର ଗ୍ରାମ ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ଧର୍ମଗଡ ଶକ୍ତି ସଦନ କାର୍ଯ୍ୟାଳୟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋଟେର ଅଙ୍ଗନବାଡି କେନ୍ଦ୍ର ଠାରେ ଧର୍ମଗଡ଼ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୋକସରା ସିଡିପିଓ ସରୋଜା କୁମାରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଇ ସି ଡ଼ି ଏସ ସୁପର ଭାଇଜର ପ୍ରିୟାସିନି ତାଣ୍ଡି ,ଦ୍ରୋପଦୀ ମାଝୀ, ମୋଟେର ଏଏନଏମ୍ ପ୍ରଭା ମଞ୍ଜରୀ ଶବର, ମହିଳା ଓ ଶିଶୁ ଡେସ୍କ ଫାଣ୍ଡି ପ୍ରମିଳା ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସ୍ୱାସ୍ଥ୍ୟର ଯତ୍ନ ନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହ ରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ। କାର୍ଯ୍ୟାଳୟ ସହଯୋଗୀ ଦେବରାଜ ମହାନନ୍ଦ କାର୍ଯକ୍ରମ ପରିଚାଳନା କରିଥିଲେ। ମୋଟେର ଅଙ୍ଗନ୍ ବାଡ଼ି କର୍ମୀ ଦମୟନ୍ତୀ ମାଝୀ ଓ ଜାହ୍ନବୀ ପାଣିଗ୍ରାହି କାର୍ଯ୍ଯକ୍ରମ ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *