କୋକସରା ସାହଜଖୋଲ ସଂରକ୍ଷିତ ଜଙ୍ଗଲର ପ୍ରାୟ ୨୫୧ ହେକ୍ଟର ଜଙ୍ଗଲ୍ ଜମି କୁ ପଦା କରି ଜନବସତି ସୃଷ୍ଟି
ମାନ୍ୟବର ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଜି ବିଧାନସଭାର ଶୂନ୍ୟକାଳରେ କଳାହାଣ୍ଡି ଜିଲ୍ଲାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ରେଞ୍ଜରେ ପୋଡୁ ଚାଷ, ଜଙ୍ଗଲ କଟା ଓ ନିଆଁ ଲାଗି ପରିବେଶ ପ୍ରତି ବିପଦ ସୃଷ୍ଟି କଲାଣି ଜାଣିବାକୁ ଚାହିଁଛନ୍ତି। ସରକାର ଏହି ପାଞ୍ଚ ବର୍ଷ ଭିତରେ ଏହାକୁ ରୋକିବା ପାଇଁ କେତେ ଗଛ, କେଉଁ କେଉଁ ଗଛ କେଉଁ ରେଞ୍ଜ ରେ ଲଗାଇଛନ୍ତି ଓ କେତେ ନୂତନ ଜଙ୍ଗଲ ସୃଷ୍ଟି କରିଛନ୍ତି ତାର ଏକ ତଥ୍ୟ ପ୍ରଦାନ ସହ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ଅନ୍ତର୍ଗତ କୋକସରା ବ୍ଲକ ରେ ଥିବା ସାହାଜଖୋଲ ଜଙ୍ଗଲର ଏରିଆ ୧୨ ହଜାର ୭୨୨ ଏକର।ଏହି ସାହଜ ଖୋଲ ସଂରକ୍ଷିତ ଜଙ୍ଗଲରେ ନବରଙ୍ଗପୁର ଜିଲ୍ଲାର ଲୋକ ଆସି ପ୍ରାୟ ୨୫୧ ହେକ୍ଟର ଜଙ୍ଗଲ୍ ଜମି କୁ ପଦା କରି ଜନବସତି ସୃଷ୍ଟି କରିଥିବାରୁ ସେମାନଙ୍କୁ ନବରଙ୍ଗପୁର କୁ ଫେରାଇ ନେବାପାଇଁ ଓ ଜଙ୍ଗଲ୍ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜଙ୍ଗଲ୍ ଓ ପରିବେଶ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାଛଡ଼ା କର୍ଲାପାଟ ଜଙ୍ଗଲ ଅଞ୍ଚଳରେ ବଣୁଆ ହାତୀ ଚଳ ପ୍ରଚଳ ଥିବାରୁ ସଂପୃକ୍ତ ଅଞ୍ଚଳରେ ହାତୀ ରେଞ୍ଜ ନିର୍ମାଣ ପାଇଁ ସେ ଦାବୀ ଉପସ୍ଥାପନ କରିଥିଲେ।

ମାନ୍ୟବର ମନ୍ତ୍ରୀ ଏହାର ବିସ୍ତୃତ ଉତ୍ତର ରଖିଥିଲେ।
ଏଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗ ଆଲୋଚନା ବେଳେ ମଧ୍ଯ ବିରୋଧୀ ବିଧାୟକ ମାନେ ହୋ ହାଲ୍ଲା କରି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ନ କରାଇ ଦେବାକୁ ଚେଷ୍ଟା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
