August 22, 2026
Home » କୋଦଳା ଏନ୍ଏସିରେ ହୋଇଥିବା ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ କରାଯାଉ – ଫରୱାର୍ଡ ବ୍ଲକ୍।

କୋଦଳା ଏନ୍ଏସିରେ ହୋଇଥିବା ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ କରାଯାଉ – ଫରୱାର୍ଡ ବ୍ଲକ୍।

0
WhatsApp Image 2026-01-13 at 1.59.16 PM

ବ୍ରହ୍ମପୁର,: କୋଦାଳ ଏନ୍ଏସିରେ ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୋଦଳା ଠାରେ ତା-୦୭/୦୯/୨୦୨୫ ରେ ବି.ଜେ.ପି.ର ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋଦଳା ଏନ୍ଏସିର ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ,ମୁଖ୍ଯ କିରାଣୀ ହିମାଂଶୁ ଚରଣ ସ୍ବାଇଁ ଓ ଯନ୍ତ୍ରୀ ଦୀପିକା ବେହେରା ସମେତ ବେଗୁନିଆପଡା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡତ୍ଯା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରୁଥିବା ଘଟଣାର ଫଟୋ ସହ ଲିଖିତ ଅଭିଯୋଗ ତା- ୧୦/୦୯/୨୦୨୫ ରେ ସମରଜିତ୍ ମହାନ୍ତି କରିଥିଲେ। ଅଭିଯୋଗ ଭିତ୍ତିରେ ଆଜି ପର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। କୋଦଳା ଏନ୍ଏସିର ୱାର୍ଡ ନମ୍ବର ୧୦ ରେ ଥିବା ପୁରୁଣା ବାଉଣ୍ଡେରୀ ୱାଲକୁ ପୁଣି ଟେଣ୍ଡର କରାଯାଇଛି । ଯାହାର ଏଷ୍ଟିମେଟ ମୂଲ୍ଯ ୧୫,୬୨,୪୮୦.୩୯ ଟଙ୍କା। ଟେଣ୍ଡର ପୂର୍ବରୁ ବାଉଣ୍ଡେରୀ ୱାଲ୍ ଥିବାର ଫଟୋ ଇ ମେଲ ଯୋଗେ ସରକାର,ପ୍ରଶାସନ ଓ ଭିଜିଲାନ୍ସକୁ ପଠାଯାଇଥିଲା। ଟେଣ୍ଡର କରି ମିଥ୍ଯା କରିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ତଦନ୍ତ ପାଇଁ ଅଭିଯୋଗ କରାଯାଇଛି।
କୋଦଳା ଏନ୍ଏସିରେ ୧ ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା ମଧ୍ଯରେ ୩୫ଟି ସର୍ଟ ଟେଣ୍ଡର କରାଇ ନିର୍ଦ୍ଦିଷ୍ଟ ୫ ଜଣ ଠିକାଦାରଙ୍କୁ ସମସ୍ତ କାର୍ଯ୍ଯ ପ୍ରଦାନ କରାଯାଇଛି। ସୁ ଚିନ୍ତିତ ଭାବେ ଟେଣ୍ଡର ଫିକ୍ସିଙ୍ଗ କରାଇ ଦୁର୍ନୀତି ପାଇଁ ଉଦ୍ୟମ କରାଯାଇଛି। ସର୍ଟ ଟେଣ୍ଡର ମଧ୍ଯରୁ କେତେକ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ମିଥ୍ଯା ବିଲ୍ କରିବା ପାଇଁ ଯୋଜନା କରାଯାଇଛି। ସେହିଭଳି କୋଦଳା ଏନ୍ଏସିର ଜଝଙ୍ଗିଆ ବନ୍ଧ ପୁନରୁଦ୍ଧାର,ଉନ୍ନତିକରଣ ଓ ଦଳ ସଫା ନାମରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ବନ୍ଧର ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହିଛି। ଘଟଣାର ତଦନ୍ତ ପାଇଁ ଅଭିଯୋଗ କରାଯାଇଛି । କୋଦଳା ଏନ୍ଏସିର ୱାର୍ଡ ନମ୍ବର ୨ ଦିଗାପଡା ପେଟ୍ରୋଲ ପମ୍ପ ନିକଟସ୍ଥ ହରିହର ନଗର ପେବର ରାସ୍ତା ଥିବା ସତ୍ତ୍ବେ ପୁଣି ପେବର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କରାଯାଇଛି। ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଟ ମୂଲ୍ଯ ୦୬,୮୦,୬୪୨.୭୧ ଟଙ୍କା । ଜାଣିଶୁଣି ମିଥ୍ଯା ବିଲ୍ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଇଛି। ଟେଣ୍ଡର ଓପେନ ହେବା ପୂର୍ବରୁ ରାସ୍ତାର ଫଟୋ ଇ ମେଲ ଯୋଗେ ସରକାର,ପ୍ରଶାସନ ଓ ଭିଜିଲାନ୍ସଙ୍କୁ ପଠାଯାଇଛି।
କୋଦଳା ଏନ୍ଏସିର ଦୁର୍ନୀତି ଓ ଟେଣ୍ଡର ଫିକ୍ସିଙ୍ଗ ଘଟଣାର ତଦନ୍ତ ପାଇଁ ସମରଜିତ୍ ମହାନ୍ତି ମୁଖ୍ୟମନ୍ତ୍ରୀ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ,ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ,ମୁଖ୍ଯ ଶାସନ ସଚିବ,ଜିଲ୍ଲାପାଳ ଗଞ୍ଜାମ,ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ଓ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନାହିଁ। ଶ୍ରୀ ମହାନ୍ତି କୋଦଳା ଏନ୍ଏସି କୁ ନେଇ ପ୍ରାୟ ୧୪ଟି ସୂଚନା ତଥ୍ଯ ମାଗିଥିବା ବେଳେ ୯ଟି ଆରଟିଆଇ ର ତଥ୍ଯ ପ୍ରଦାନ କରାଯାଇ ନାହିଁ। କୋଦଳା ଏନ୍ଏସିରେ ହୋଇଥିବା ଦୁର୍ନୀତି,ଟେଣ୍ଡର ଫିକ୍ସିଙ୍ଗ ଓ ଅନିୟମିତତା ଘଟଣାରେ ନିର୍ବାହୀ ଅଧିକାରୀ,ଯନ୍ତ୍ରୀ,ଏକାଉଣ୍ଟେଟ ଓ ନଗରପାଳ ପ୍ରତ୍ଯକ୍ଷ ଭାବେ ସଂପୃକ୍ତ ରହିଛନ୍ତି। ଦୁର୍ନୀତିର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଦାବି କରାଯାଉଛି। ତଦନ୍ତକୁ ଜାଣିଶୁଣି ବିଳମ୍ବ ଓ ବାଟବଣା କରିବାପାଇଁ ଉଦ୍ୟମ କରାଯାଉଛି। ଆବଶ୍ୟକ ସ୍ଥଳେ ମାମଲା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯିବୁ। ଆଜିର ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ବ୍ଲକର ଜିଲ୍ଲା କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ, ରାଜ୍ଯ ନେତା ସମରଜିତ୍ ମହାନ୍ତି ଓ ଜିଲ୍ଲା କମିଟି ସଦସ୍ଯ ଅଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।