February 26, 2026
Home » କୋରାପୁଟ ସାଂସଦ ସପ୍ତଗିରି ଉଲାକା ଆଞ୍ଚଳିକ ସଂଯୋଜକ ଭାବରେ ନିଯୁକ୍ତ

କୋରାପୁଟ ସାଂସଦ ସପ୍ତଗିରି ଉଲାକା ଆଞ୍ଚଳିକ ସଂଯୋଜକ ଭାବରେ ନିଯୁକ୍ତ

0
WhatsApp Image 2025-10-14 at 12.59.05 PM

କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟ ପାଇଁ କେନ୍ଦ୍ରୀୟ କ୍ଷେତ୍ରର ଆଞ୍ଚଳିକ ସଂଯୋଜକ ଭାବରେ ନିଯୁକ୍ତ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟ ପାଇଁ କେନ୍ଦ୍ରୀୟ କ୍ଷେତ୍ରର ଆଞ୍ଚଳିକ ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ଅନିଲ ଯାଦବଙ୍କୁ ଆଞ୍ଚଳିକ ସହ-ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଇଷ୍ଟ ଜୋନରେ ୱଷ୍ଟବେଙ୍ଗଲ,ଓଡ଼ିଶା,ବିହାର, ଝାଡ଼ଖଣ୍ଡ ରାଜ୍ୟ ପାଇଁ ଅତୁଲ ଲୋନ୍ଧେ ଆଞ୍ଚଳିକ ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ମହିମା ସିଂଙ୍କୁ ଆଞ୍ଚଳିକ ସହ-ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ଏନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟିର ମିଡ଼ିଆ ଓ ପବ୍ଲିସିଟୀ ବିଭାଗର ଅଧ୍ୟକ୍ଷ ତଥା କଂଗ୍ରେସ ୱର୍କିଂ କମିଟିର ସଦସ୍ୟ ପାୱାନ ଖେରାଙ୍କ ଦ୍ଵାରା ୧୧/୧୦/୨୫ ତାରିଖରେ ଜାରି ହୋଇଥିବା ଏକ ଚିଠି ଦ୍ବାରା ସୂଚିତ ହୋଇଛି। ଦେଶରେ ମୋଟ ୦୬ ଟି ଜୋନରେ ସମସ୍ତ ରାଜ୍ୟରେ ୦୬ ଜଣ ଆଞ୍ଚଳିକ ସଂଯୋଜକ, ଆଞ୍ଚଳିକ ସହ-ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି କାର୍ଯ୍ୟ ରାଜ୍ୟ କଂଗ୍ରେସ କମିଟି ଏବଂ ତଳେ ଥିବା ସ୍ୱାକ୍ଷରକାରୀଙ୍କ ସହିତ ଘନିଷ୍ଠ ସମନ୍ୱୟରେ କରାଯିବ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *