December 21, 2025
Home » କୋରାପୁଟରେ ଓଡ଼ିଶା ଡିଜିପି ଯୋଗେଶ ବାହାଦୁର ଖୁରାନିଆ “ଘୋଷଣା କଲେ ୨୦୨୬ ସୁଦ୍ଧା ଓଡ଼ିଶାରେ ନକ୍ସଲ ଓ ଗଞ୍ଜେଇ ମୁକ୍ତ ରାଜ୍ୟ ହେବ”

କୋରାପୁଟରେ ଓଡ଼ିଶା ଡିଜିପି ଯୋଗେଶ ବାହାଦୁର ଖୁରାନିଆ “ଘୋଷଣା କଲେ ୨୦୨୬ ସୁଦ୍ଧା ଓଡ଼ିଶାରେ ନକ୍ସଲ ଓ ଗଞ୍ଜେଇ ମୁକ୍ତ ରାଜ୍ୟ ହେବ”

0
WhatsApp Image 2024-11-09 at 4.00.24 PM (1)

ଓଡ଼ିଶା ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର ସକାଳେ କୋରାପୁଟ ବିଏସ୍‌ଏଫ୍‌ ‌ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ । ମାଲକାନଗିରି ଗସ୍ତ ସାରି ଡିଜିପି କୋରାପୁଟରେ ପହଞ୍ଚିବା ପରେ ବିଏସ୍‌ଏଫ୍‌ କ୍ୟାମ୍ପରେ ଆଲୋଚନା ପରେ ଏସ୍‌ଓଜି ତାଲିମ କେନ୍ଦ୍ର ଏବଂ ଡିଭିଏଫ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ସମସ୍ତ ଥାନା ଅଧିକାରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ।
ଗସ୍ତ ସମୟରେ ଜିଲ୍ଲାରେ ମୁଖ୍ୟତଃ ନକ୍ସଲ ମୂଳପୋଛ ହୋଇଗଲେ ଗଞ୍ଜେଇ ଚାଷ ସହ କାରବାର ବନ୍ଦ ହୋଇଯିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିସହ ଓଡ଼ିଶା ପୋଲିସ ୨୦୨୬ ସୁଦ୍ଧା ଓଡ଼ିଶାରେ ନକ୍ସଲ ମୂଳପୋଛ କରିବା ଲକ୍ଷ୍ୟ ହାସଲ କରିବା ପାଇଁ ଦୃ୍ଢ଼ ସଂକଳ୍ପବଦ୍ଧ ବୋଲି ଘୋଷଣା କରିଥିଲେ।

ଏଥିପାଇଁ ମାନବ ସମ୍ବଳ ବୃଦ୍ଧି ସହ ଭିତ୍ତିଭୂମିରେ ବିଶେଷ ଉନ୍ନତି ଅଣାଯିବ । ଏପରିକି ଆବଶ୍ୟକସ୍ଥଳେ ନୂଆ ଥାନା ଓ ଫାଣ୍ଡି ଖୋଲାଯିବ । ଜିଲ୍ଲାରେ ଥାନାଠାରୁ ଆରମ୍ଭ କରି ଜିଲ୍ଲା ପୋଲିସକୁ ପ୍ରଭାବୀ ଓ ଗତିଶୀଳ କରାଯିବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ପ୍ରତି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ତ୍ବରିତ ନ୍ୟାୟ ଦେବା ସହ ସ୍ବଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସବୁ ଥାନାରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉଚିତ ଉତ୍ତମ ସେବା ଯୋଗାଇ ଦେବାକୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଦିଆଯାଇଛି। ଏହା ସଠିକ୍ ପାଳନ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ସିଧାସଳଖ ତାହାର ସମୀକ୍ଷା କରାଯିବ। କୋରାପୁଟ ଡିଜିପି ଖୁରାନିଆ ଗସ୍ତ ସମୟରେ ଡିଆଇଜି ଗୁଇନ୍ଦା ଡ.କନୱର୍‌ ବିଶାଳ ସିଂ, ଅଖିଳେଶ କୁମାର ସିଂ, କୋରାପୁଟ ଏସ୍‌ପି ରୋହିତ ବର୍ମା, ଜୟପୁର ଏସ୍‌ଡିପିଓ ଅଙ୍କିତ ବର୍ମା ଓ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଉପସ୍ଥିତ ରହିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *