July 2, 2025
Home » କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ।

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ।

0
WhatsApp Image 2025-03-22 at 2.29.40 PM (1)

କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ର ପୋଡାପଦର ଏବଂ ତଳନାଗି ଗ୍ରାମ ପଞ୍ଚାୟତର ର ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।

ସେ ଦୁଇଟି ଗ୍ରାମ ପଞ୍ଚାୟତର ୧୫ ଟି ସିଏଫସି ଏବଂ ୫ମ ଏସଏଫସି ଆକାଉଣ୍ଟ ଅଧୀନରେ ୩.୨୬ କୋଟି ଟଙ୍କା (ତାଳନେଗି ଜିପିରୁ ୧,୭୧,୮୬,୩୪୨ ଟଙ୍କା ଏବଂ ପୋଡାପଦର ଜିପିରୁ ୧,୫୫,୦୦,୭୫୮ ଟଙ୍କା) ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି। ସେ ତାଙ୍କର ସରକାରୀ କ୍ଷମତାର ଅପବ୍ୟବହାର କରି ଏବଂ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରି ଚେକ୍ ଡ୍ର ଏବଂ ଅନଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ଉପରୋକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଜାଲ କରି ତାଙ୍କ ବ୍ୟକ୍ତିଗତ ଏସ ବି ଆଇ ଆକାଉଣ୍ଟକୁ ପଠାଇଥିବା ଜଣାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *