March 14, 2025
Home » କ୍ରୀଡା ମହୋତ୍ସବ ବାଜି ରାଉତ କପ ଅନୁଷ୍ଟିତ

କ୍ରୀଡା ମହୋତ୍ସବ ବାଜି ରାଉତ କପ ଅନୁଷ୍ଟିତ

0

ସାଂସଦ କ୍ରୀଡା ମହୋତ୍ସବ ବାଜି ରାଉତ କପ ଚାରିଟି ଜିଲ୍ଲା ରେ ଚାଲୁ ରହି ଥିବା ବେଳେ। ଅନୁଗୋଳ, ଢ଼େଙ୍କାନାଳ, ସମ୍ୱଲପୁର ଓ ଦେଓଗଡ ଜିଲ୍ଲା ରେ ମଧ୍ୟ ତୃତୀୟ ଦିବସୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ବାଜି ରାଉତ କପ ବିକାଶ ଫାଉଣ୍ଡେସନ ର ଅଧକ୍ଷା ତଥା- ସମ୍ୱଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମ ପତ୍ନୀ ଶ୍ରିମତି ମୃଦୂଳା ଠାକୁର ପ୍ରଧାନ ମହୋଦୟା ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିବା। ଦେଓଗଡ଼ ବାଜି ରାଉତ ଫୁଟବଲ କପ ଜାରି ରହି ଥିବା ବେଳେ ଜିଲ୍ଲା ର ତିନି ବ୍ଲକ ଅଞ୍ଚଳ ଠାରୁ ଆସି ଚବିଶ ଟି ଫୁଟବଲ ଟିମ ଭାଗ ନେଇଥିବା ବେଳେ ଆଜି ଫାଇନାଲ ମ୍ୟାଚ ରେ ବାରକୋଟ ବ୍ଲକ ଅନ୍ତର୍ଗତ ମସିନ୍ଦା ଓ ତିଲେଇବନି ବ୍ଲକ ଅନ୍ତର୍ଗତ କଂସର ଫୁଟବୋଲ୍ ଟିମ୍ ଙ୍କ ମଧ୍ୟରେ ଖେଳ ଜାରି ରହି ଥିବା ବେଳେ ପେଲାନ୍ତି ରେ ଏକ ସୁନ୍ ଗୋଲ୍ ରେ କଂସର ଦଳ ବିଜେତା ହୋଇଥିଲେ।

ସାଂସଦ କ୍ରୀଡା ମହୋତ୍ସବ ବାଜି ରାଉତ କପ ପ୍ରଥମ ଦିବସ ରୁ ତୃତୀୟ ଦିବସ ପର୍ଯ୍ୟନ୍ତ ବହୁ ମାନ୍ୟ ଗଣ୍ୟ ରାଜ ନେତା ଜିଲ୍ଲା ଅଧିକାରୀ ମାନଙ୍କୁ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଆକର୍ଷଣ ତୃତୀୟ ଦିନରେ ଆରକ୍ଷୀ ଅଧିକାରୀ ଶ୍ରୀ ଅନିଲ କୁମାର ମିଶ୍ର ମହୋଦୟ, ବନବିଭାଗ ଅଧିକାରୀ ଶ୍ରୀ ଧାନଜୀ ରାଓସୋ,ଜିଲ୍ଲା ବିଜେପି ସଭାପତି ତଥା – ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଅରୁଣ କୁମାର ସାହୁ ମହୋଦୟ ଓ ଜିଲ୍ଲା ର ପୂର୍ବ ତନ ଫୁଟବଲ ଖେଳାଳି ମହୋଦୟ,ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ଅତିଥି ବୃନ୍ଦ ଉପସ୍ଥିତ ରହି ସାଂସଦ କ୍ରୀଡା ମହୋତ୍ସବ ବାଜି ରାଉତ କପ ରେ ଭାଗ ନେଇ ଥିବା ଖେଳାଳି ବୃନ୍ଦ ଙ୍କୁ ପୁରସ୍କାର ବିତରଣ କରିଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *