July 1, 2025
Home » କ୍ରେଡିିଟ୍ କୋଅପରଟିଭ୍ ସୋସାଇଟ୍‌ର ସ୍ୱର୍ଣ୍ଣକ୍ଷେତ୍ର

କ୍ରେଡିିଟ୍ କୋଅପରଟିଭ୍ ସୋସାଇଟ୍‌ର ସ୍ୱର୍ଣ୍ଣକ୍ଷେତ୍ର

0
WhatsApp Image 2025-03-20 at 6.00.59 PM

କେନ୍ଦ୍ରାପଡା କ୍ରେଡିଟ୍ କୋଅପରଟିଭ୍ ସୋସାଇଟ୍ ଲିମିଟେଡ୍ ଲଗାତାର ଭାବେ ଦୀର୍ଘ ୨୨ ବର୍ଷ ଧରି ପଟ୍ଟାମୁଣ୍ଡାଇ ଶାଖାର ଉନ୍ନତମାନର ଗ୍ରାହକ ସେବା ଓ କ୍ଷୂଦ୍ର ତଥା ମଧ୍ୟମ ଶ୍ରେଣୀ ଏବଂ ଦରିଦ୍ର ଲୋକଙ୍କ ମଧ୍ୟରେ ଆର୍ଥିକ ନେଣଦେଣ କାରବାର ଯୋଗୁଁ ସଂପୃକ୍ତ ଅଚଂଳରେ ଦାରିଦ୍ର‌୍ୟ ବେକାରୀ ବହୁ ପରିମାଣରେ ଲାଘବ ହୋଇପାରିଛି ବୋଲି ସମିତିର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି। ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ଶାଖାର ୨୨ ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ କର୍ମଚାରୀ ଏବଂ ଏଜେଂଟ ତଥା ସଭ୍ୟମାନଙ୍କ ନିଷ୍ଠାପର ପରିଶ୍ରମ, ସେବା, ଶୃଙ୍ଖଳା, ସାଧୁତା ଓ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଫଳରେ ଏହା ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଆର୍ଥିକ ନେଣଦେଣ ପାଇଁ ବହୁ ସଂଖ୍ୟକ ସଭ୍ୟ ଓ ସଭ୍ୟା ସାମିଲ ହେବା ଫଳରେ ପଟ୍ଟାମୁଣ୍ଡାଇ ଶାଖା ସୁଦୃଢ ହେବା ସହିତ ବାରମ୍ବାର ଋଣ ପ୍ରଦାନ ଓ ଠିକ୍ ସମୟରେ ସମିତି ନିୟମାନୁଯାୟୀ ଋଣ ପରିଶୋଧ କରୁଥିବା ଉତମ ଋଣ ପରିଶୋଧକାରୀ ଶ୍ରୀ ପଦ୍ମଜ ନାୟକ ଓ ଉତମ ଋଣ ପରିଶୋଧକାରିଣୀ ଶ୍ରୀମତି ସ୍ୱର୍ଣ୍ଣଲତା ମଣ୍ଡଳଙ୍କୁ ସଭାପତିଙ୍କ ସମେତ ଅତିରିକ୍ତ ସମ୍ପାଦକ ଆଦିକନ୍ଦ ସାହୁ, ଶାଖା ପରିଚାଳକ ମାନସ ରାଉତ, ଋଣ ପରିଚାଳକ ସୟଦ ଅନୁୟାର, ହିସାବ ରକ୍ଷକ ଶେଖ୍ କମ୍‌ରୁନ୍ ଫକ ଏବଂ ଦୈନିକ ଜମା ସଂଗ୍ରହକାରୀ ଦୀପକ ରାଉତ, ଦେବବ୍ରତ ରାଉତ ଙ୍କ ଉପସ୍ଥିତିରେ ସିଲ୍ ଓ ଉପଢୌକନ ଏବଂ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *