କ୍ଲଷ୍ଟର ସ୍ତରୀୟ ତ୍ରି ଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ
ସୁବର୍ଣ୍ଣପୁର– ସୋମବାର ସୋନପୁର ବ୍ଲକ ଖରଝୁରା କ୍ଲଷ୍ଟର ମହୁଲେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ତ୍ରି ଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଘାଟିତ ହୋଇଯାଇଛି l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୁର୍ଯ୍ୟୋଧନ ମେହେର ଙ୍କ ତତ୍ତ୍ୱାବଧାନ ରେ କ୍ଲଷ୍ଟର ର ଆଠଟି ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ଶ୍ରେଣୀ ଉଦ୍ଦିଷ୍ଟ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ l ଆଜିର ଉଦଘାଟନୀ ଦିବସ ରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଟେରାକୋଟା ଶିଳ୍ପୀ ମୁକୁନ୍ଦ ରଣା ଯୋଗ ଦେଇ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାର କଳା ପ୍ରଦର୍ଶନ କରିଥିଲେ l ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷଣ ସାମଗ୍ରୀ ନିର୍ମାଣ କରି ତାର ବ୍ୟବହାର ଓ ଶିକ୍ଷାର୍ଥୀ ମାନଙ୍କ ଉପରେ ତାର ଦୀର୍ଘମିଆଦି ପ୍ରଭାବକୁ ଆଲୋଚନା କରିଥିଲେ l ତିନିଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳା ରେ ଖରଝୁରା କ୍ଲଷ୍ଟର ର କମ୍ବୁ ମଟlରୀ, ମନୋରମା କୁମ୍ଭାର, ସୀମା ମହାଲିଙ୍ଗ, ଉପେନ୍ଦ୍ର ଦେହେରୀ ,ସବିତା ବିଦ୍ୟାଧର, ସୁଦାମ ପୁଟେଲ, ରିତା ବହିଦାର, ଝରଣା ନାଏକ, ଅପର୍ଣ୍ଣା ଅପରୂପା ମହାନ୍ତି, ଉପେନ୍ଦ୍ର ଦେହେରୀ, ଦିଲୀପ ପାତ୍ର, ଅରୁଣା ମିଶ୍ର, ଯମୁନା ସୁନା,ପୁଷ୍ପାଞ୍ଜଳି ମିଶ୍ର ଅଂଶଗ୍ରହଣ କରି କର୍ମଶାଳା କୁ ସଫଳ କରିଥିଲେ l କର୍ମଶାଳାର ପ୍ରଥମ ଦିନର କାର୍ଯ୍ୟକ୍ରମ ସମାପ୍ତି ପରେ ସମସ୍ତ ସାମଗ୍ରୀ କୁ ଶ୍ରେଣୀ ଗୃହରେ ସଜ୍ଜିତ କରି ପ୍ରଧାନଶିକ୍ଷକ କାର୍ତ୍ତିକ ସାହୁଙ୍କୁ ଅର୍ପଣ କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
