February 2, 2026
Home » କ୍ଲଷ୍ଟର ସ୍ତରୀୟ ମାସିକ ଏମସିଏମ ବୈଠକ ଓ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

କ୍ଲଷ୍ଟର ସ୍ତରୀୟ ମାସିକ ଏମସିଏମ ବୈଠକ ଓ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

0
WhatsApp Image 2026-02-02 at 9.39.50 AM

 

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମସନାବାହାଲ ପ୍ରାଥମିକ ବିଦ୍ୟାଳୟରେ ବାନ୍ଦୁପାଲି କ୍ଲଷ୍ଟର ସ୍ତରୀୟ ମାସିକ ଏମସିଏମ ବୈଠକ ଏମ୍.ଶ୍ରୀଗିଡା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ରାଜହଂସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜେ.ଶ୍ରୀଗିଡା ପ୍ରଧାନ ଶିକ୍ଷକ କେଶବ କୁମ୍ଭାରଙ୍କ ସଂଯୋଜନାରେ ସିଆରସିସି ସୀତାରାମ ଦୀପ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ବାନ୍ଦୁପାଲି ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକାଡୋଳା ତରିଆ ଧନ୍ୟବାଦ ଜ୍ଞାପନ କରିଥିଲେ । ଏମ୍.ଶ୍ରୀଗିଡା ହାଇସ୍କୁଲର ପ୍ରଧାନ ଶିକ୍ଷକ କ୍ଷିତିପତି ରଣାଙ୍କ ସଭାପତିତ୍ବରେ ଦ୍ବିତୀୟ ଅଧିବେଶନରେ ମସନାବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ଭୋଇଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ଭାଲୁବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହାକୁ ସଂଯୋଜନା କରିଥିଲେ । ବରମୁଣ୍ଡା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବାଗ ଉଦ୍ଦେଶ୍ୟ ଜ୍ଞାପନ ଓ ଦୁଷ୍ମନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭୁତି ଭୂଷଣ ସାହୁଙ୍କ ସମେତ ଅନ୍ୟ ଶିକ୍ଷକମାନେ, କମିଟୀ ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୋଇ ବିଜେପୁର ବ୍ଲକ ଅନ୍ତର୍ଗତ ସାଧୁପାଲି ଉ.ପ୍ରା ବିଦ୍ୟାଳୟରେ ତା.୨୧.୦୯.୧୯୯୦ ଦିନ ଶିକ୍ଷକତା ଆରମ୍ଭ କରି ୨୦୦୧ ରେ ବାଉଁଶପୋଲି ଉ.ପ୍ରା ବିଦ୍ୟାଳୟ ପରେ ତା.୦୬.୦୩.୨୦୧୨ ରୁ ତାଙ୍କର କାର୍ଯ୍ୟକାଳର ଶେଷ ପର୍ଯ୍ୟନ୍ତ ମସନାବାହାଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ । ତାଙ୍କ କାର୍ଯ୍ୟକାଳରେ ପାଠ ପଢାଇବା ବ୍ୟତୀତ ସରକାରୀ କାର୍ଯ୍ୟରେ ଜନଗଣନା, ନିର୍ବାଚନ, ଘରକୁ ଘର ସର୍ଭେ ଇତ୍ୟାଦି କାର୍ଯ୍ୟ ସମେତ ଶୈକ୍ଷିକ ଉନ୍ନତି ସହିତ ଭୌତିକ ଉନ୍ନତିରେ ସାମିଲ ହୋଇ ସମୟ ଅତିବିହିତ କରିଛି ବୋଲି ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାନ ଭୋଇ ପ୍ରକାଶ କରିଛନ୍ତି ।

 

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *