କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
l ସୁବର୍ଣ୍ଣପୁର– ସୋମବାର ଦିନ ସୋନପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡା ଠାରେ ପ୍ରାୟ ୨୫୦ ଛାତ୍ର ଛାତ୍ରୀ ଙ୍କ ଗହଣ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ବୁଦ୍ଧଦେବ ସା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୂତନ ଭାବେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ଚୟନ ହେଇଥିବା ସମ୍ମାନନୀୟା ସୁଶ୍ରୀ ସ୍ମୃତିଶିଖା ଭୋଇ ଯୋଗଦାନ କରିଥିଲେ । ସୁଶ୍ରୀ ଭୋଇ ଜୀବନରେ ସଫଳତା ପାଇବାକୁ ହେଲେ ସଂଘର୍ଷ ଓ କଠିନ ପରିଶ୍ରମ ନିତାନ୍ତ ଆବଶ୍ୟକ। ତାଙ୍କ ବକ୍ତବ୍ୟ ରେ ଶିକ୍ଷା ଏକ ସ୍ବତନ୍ତ୍ର ଅସ୍ତ୍ର ଯାହା ମାଧ୍ୟମରେ ଜୀବନର ଚଲାପଥରେ ଆସୁଥିବା ସମସ୍ତ ଆହ୍ବାନ କୁ ଅତିକ୍ରମ କରି ସମାଜ ରେ ପ୍ରତିଷ୍ଠିତ ହେବାକୁ ବାଟ କଢାଇ ଥାଏ । ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଫକୀର ଚରଣ ଭୋଇ ନିଜର ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ସୁରଭି ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା ପାଇଁ ବିଚାରକ ଭାବେ ଶ୍ୟାମ ସୁନ୍ଦର ମେହେର , ଆଦର୍ଶ ସିଆରସିସି ବ୍ରତାନନ୍ଦ ଭୋଇ , ଖାରି ସିଆରସିସି ମଣୀନ୍ଦ୍ର ମହାକୁର , ମୟୂରଉଡାଣ ସିଆରସିସି ଉମାକାନ୍ତ ମିଶ୍ର, ସରଧାପାଲି ସିଆରସିସି ପ୍ରସନ୍ନ କୁମାର ପଣ୍ଡା, ମଝିପଡ଼ା ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନ, ମମତା ଶତପଥୀ,ମୀନାକ୍ଷୀ ପଣ୍ଡା,ଗୀତାଞ୍ଜଳି ତାଣ୍ଡି,କଲ୍ୟାଣୀ ଅଗସ୍ତି, ଅଞ୍ଜଳି ମାହାଣା,ପଟାଭାଡି ରୁ ସୁଜାତା ମିଶ୍ର , ବାଳିକା ଉଚ୍ଚ ବିଦ୍ୟାଳୟ ରୁ ପ୍ରଜ୍ଞା ପରମିତା ମିଶ୍ର, ତୃପ୍ତିପ୍ରଭା ପଣ୍ଡା,ବଡବଜାର ଉ.ପ୍ରା ବିଦ୍ୟାଳୟ ରୁ ତପସ୍ଵିନୀ ଦାଶ ସହଯୋଗ କରିଥିଲେ l ବରିଷ୍ଠ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ଓ ରେଙ୍ଗାଲି ସିଆରସିସି ହରିହର ସା କାର୍ଯ୍ୟକ୍ରମର ଇଭେଣ୍ଟ ମ୍ୟାନେଜର ଭାବେ ଥିବାବେଳେ ଗିରିଶ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଲଷ୍ଟର ର ସିଆରସିସି ତଥା ସହ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା ମଞ୍ଚାସିନ ଥିଲେ।
ପରିଶେଷରେ ସମସ୍ତ ପ୍ରତିଭାଗୀ ମାନଙ୍କୁ କ୍ଲଷ୍ଟର୍ ତରଫରୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ଓ ଶିକ୍ଷୟିତ୍ରୀ ସୁଜାତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
