October 23, 2025
Home » କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

0
WhatsApp Image 2025-10-18 at 12.30.55 PM (1)

 

“ଶିଶୁଙ୍କ ଅନ୍ତର୍ନିହିତ କଳାର ବିକାଶ ପାଇଁ ଉତ୍ତମ ମାଧ୍ୟମ”

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କାଶିବାହାଲ ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଲଷ୍ଟର ର ସିଆରସିସି ରାଜେନ୍ଦ୍ର ଦୁରିଆ ଙ୍କ ତତ୍ବାବଧାନରେ ବିଦ୍ୟାଳର ର ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନଗରପାଳ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଉପନଗରପାଳ ମନୀଷା ମିଶ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟାପକ ସଂଜିକ କୁମାର ମୁଣ୍ଡ, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଅହଲ୍ୟା ବନ୍ଦୀଛୋଡ, କାଉନସିଲର ଜ୍ୟୋତିର୍ମୟୀ ମହାନନ୍ଦ, କାଉନସିଲର ରତ୍ନ ପାତ୍ର, ପ୍ରବୀଣ କୁମାର ପଣ୍ଡା, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ।

ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ସମ୍ମାନିତ ଅତିଥି ଭାବରେ ଏବିଇଓ ବିଶ୍ୱଜିତ ବେହେରା, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏନଏସି ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ପରିଡା,ଯୁବ ସାମ୍ବାଦିକ ଢଗ ନାଏକ, ସିଆରସିସି ରାଜେନ୍ଦ୍ର ଦୁରିଆ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇ ଗାଁ ଗହଳିରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭା ଅନ୍ୱେଷଣ ସୁରଭି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ଭାଷଣ, ଚିତ୍ରାଙ୍କନ, ପି.ଏମ ପୋଷଣ ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏହି ସବୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଅତିଥିଙ୍କ ଦ୍ୱାରା ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କ୍ଲଷ୍ଟର ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ କାଙ୍କେରୀ ସିଆରସିସି ପ୍ରେମଲାଲ ଜଗତ, ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଭାରତବନ୍ଧୁ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *