December 22, 2025
Home » ଖବର ସଂଗ୍ରହ ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର

ଖବର ସଂଗ୍ରହ ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର

0
WhatsApp Image 2024-12-23 at 5.18.27 PM

ସୁବର୍ଣ୍ଣପୁର — ଶୁକ୍ରବାର ମଧ୍ୟାହ୍ନ ରେ ତରଭା ବ୍ଲକ କାର୍ଯ୍ଯାଳୟ ପରିସରରେ ଥିବା ବ୍ଲକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ହୋହାଲ୍ଲା,ବଚସା ଓ ପାଟିତୁଣ୍ଡ ହୋଇଥିଲା l ଏହି ସମୟ ରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ଉପରେ ତରଭା ବ୍ଲକ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର କରିଥିଲେ l ବ୍ଲକ ଅଧ୍ୟକ୍ଷ ଦୁର୍ବ୍ୟବହାର କୁ ନେଇ ତରଭା ସାମ୍ବାଦିକ ସଂଘ ତରଫରୁ ଦୃଢ଼ ପ୍ରତିବାଦ କରାଯିବା ସହ ଘୋର ନିନ୍ଦା କରାଯାଇଥିଲା । ପ୍ରକାଶ ଥାଉକି ଉକ୍ତ ଦିନ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ ନିଜ ପ୍ରକୋଷ୍ଠରେ କେତେକ ସମିତି ସଭ୍ୟ ଓ ସରପଞ୍ଚ ଏବଂ ନିଜ ସମର୍ଥକଙ୍କୁ ନେଇ ଆଲୋଚନା କରିବା ପାଇଁ ବିଡିଓ ଗଙ୍ଗାରାମ ବୁଡେକଙ୍କୁ ଡାକିଥିଲେ l

ଆଲୋଚନା ଚାଲିଥିବା ବେଳେ ହଠାତ୍ ଉଚ୍ଚ ସ୍ଵରରେ ହୋହାଲ୍ଲା ପାଟିତୁଣ୍ଡ ଶୁଭିଥିଲା । ପାଟିତୁଣ୍ଡ ଶୁଣି ଆଖ ପାଖରେ ଥିବା ଲୋକମାନେ ମଧ୍ୟ କଣ ହେଲା ବୋଲି ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଇଥିଲେ । ସେହି ସମୟରେ ବ୍ଲକ ପରିସରରେ ଥିବା କିଛି ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ସମୟରେ ବ୍ଲକ ଅଧ୍ୟକ୍ଷ ନିଜ କୋଠାରୀ ରୁ ବାହାରି ସାମ୍ବାଦିକ ସୁକାନ୍ତ ମିଶ୍ର ଙ୍କୁ ତୁମକୁ କିଏ କହିଲା ଫଟୋ ଉଠାଇବା ପାଇଁ କହି ଦୁର୍ବ୍ୟବହାର କରି ତାଙ୍କ ମୋବାଇଲ ଛଡାଇ ନେଇଥିଲେ । ଏନେଇ ପରେ ତରଭା ସାମ୍ବାଦିକ ସଂଘ ଘଟଣା ସ୍ଥଳକୁ ଯାଇ ପ୍ରତିବାଦ କଲା ସମୟରେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ ସର୍ବ ସମ୍ମୁଖରେ କ୍ଷମା ପାର୍ଥନା କରିଥିବା ବେଳେ ବିଡିଓ ଗଙ୍ଗାରାମ ବୁଡେକ ମୋତେ ଡକାଯାଇଥିଲା ସେଠାରେ ଉନ୍ନୟନ ମୂଳକ କାମ ଉପରେ ଆଲୋଚନା ହୋଇଥିଲା ଓ ଉଚ୍ଚ ସ୍ଵରରେ ପାଟିତୁଣ୍ଡ ହୋଇଥିବା ସ୍ୱୀକାର କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *