July 1, 2025
Home » ଖରା ଦିନ ଆସିନି ଜଙ୍ଗଲ ଜଳିଲାଣି। ପାଟଣାରେ ଆକାଶିଆ ୟୁକାଲିପଟାସ ଜଙ୍ଗଲ ଜଳିଗଲା।

ଖରା ଦିନ ଆସିନି ଜଙ୍ଗଲ ଜଳିଲାଣି। ପାଟଣାରେ ଆକାଶିଆ ୟୁକାଲିପଟାସ ଜଙ୍ଗଲ ଜଳିଗଲା।

0
WhatsApp Image 2025-03-14 at 8.42.11 AM

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅନେକ ଦିନ ହେବ ବର୍ଷା ହୋଇନି ସବୁ ଆଡ଼େ ଶୁଖିଲା। ଏବେ ପତ୍ର ଝଡା ପରେ ଡାଳ ପତ୍ର ପଡ଼ି ରହିଛି ଜଙ୍ଗଲରେ। ଅସାଧୁ ଲୋକେ ବିଡ଼ି ସିଗାରେଟ ଫୁଙ୍କି ସେଠାରେ ଫିଙ୍ଗି ଦେଉଥିବାରୁ ନିଆଁ ଲାଗି ଯାଉଛି। ଏବେ ଶୁଆକାଟି ଅଞ୍ଚଳରେ ରାସ୍ତା କଡ଼ରେ ନିଆଁ ଲାଗିଯାଇଥିଲା । ସେହିପରି ଆଜି ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପାଟଣା ପଞ୍ଚାୟତର ସ୍ୱାମ ମୁଣ୍ଡା ସାହି ନିକଟରେ ଥିବା ଆକାଶିଆ ୟୁକାଲିପଟାସ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପତ୍ର ଗଦା ସହ ଚାହୁଁ ଚାହୁଁ ଗଛ ସବୁ ଜଳିବାରେ ଲାଗିଥିଲେ। ନିଆଁ ଓ ଧୂଆଁରେ ଅଞ୍ଚଳ ଆଚ୍ଛାଦିତ ହୋଇଗଲା। ଏସବୁ ଦେଖି ବାଟରେ ଯାଉଥିବା ଯୁବ ସାମ୍ବାଦିକ ତୁରନ୍ତ ସ୍ଥାନୀୟ ଫରେଷ୍ଟରଙ୍କୁ ଖବର ଦେଇଥିଲେ। ବନ କର୍ମଚାରୀ ଅଟଳ ବିହାରୀ ସେଠୀ,କାର୍ତ୍ତିକ ମହାନ୍ତ,ମୂରଲୀଧର ମହାନ୍ତ,ଉମେଶ ମହାନ୍ତ ଓ ସଞ୍ଜୟ ମହାନ୍ତ ତୁରନ୍ତ ଆସି ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ତେଣୁ ସାମ୍ବାଦିକ ଶ୍ରୀ ବାରିକ ୧୧୨ ନଂ କୁ ଫୋନ୍ କରି ସାହାରାପଡ଼ା ଅଗ୍ନିଶମ କର୍ମଚାରୀଙ୍କୁ ଡାକିବାରୁ ସେମାନେ ଦମକଳ ଗାଡ଼ି ଆଣି ପାଣି ମାରି ନିଆଁକୁ ଆୟତ୍ତ କରିଥିଲେ। ଜଙ୍ଗଲରେ କେହି ନିଆଁ ନ ଲଗାଇବା ପାଇଁ ଫରେଷ୍ଟର ଓ ସାମ୍ବାଦିକ ଶ୍ରୀ ବାରିକ ଲୋକଙ୍କୁ ନିବେଦନ କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *