August 26, 2025
Home » ଖଲ୍ଲିକୋଟ ରାଣୀ ସାହେବାଙ୍କ ୮୮ତମ ଜୟନ୍ତୀ ପାଳିତ

ଖଲ୍ଲିକୋଟ ରାଣୀ ସାହେବାଙ୍କ ୮୮ତମ ଜୟନ୍ତୀ ପାଳିତ

0
WhatsApp Image 2025-08-07 at 9.42.41 PM (1)

!
ଛତ୍ରପୁର: ପ୍ରାଚୀନ ଗଡ଼ଜାତ ରାଜ୍ୟ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନୀ କୁମାରୀ ଦେଓ ଓଡ଼ିଶା ବିଧାନସଭା କୁ ସର୍ବମୋଟ ୧୦ ଥର ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭା ଆସନରେ ଗୌରବ ଓ ସୁନାମ ଅର୍ଜନ କରିଆସିଛନ୍ତି ।
ଖଲ୍ଲିକୋଟ ରାଣୀ ସାହେବା ଙ୍କ ୮୮ତମ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ଭାବେ ନିଆରା ପରମ୍ପରା ଭାବେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଯାହାକି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଣୀ ମାଆ ଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ଏବଂ ଜୟଗାନ କରାଯାଇ ତାହାଙ୍କ ଜନପ୍ରିୟତା, ତାଙ୍କରି ନୀତିଆଦର୍ଶ ଜନମାନସରେ ଆଲୋଡ଼ିତ କରାଯିବା ଉଚିତ୍ ଏବଂ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦିଆଯାଇଛି ।
ଖଲ୍ଲିକୋଟ ରାଣୀ ସାହେବା ଙ୍କ ୮୮ତମ ଜୟନ୍ତୀ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ’ ଖଲ୍ଲିକୋଟ ନଗରୀରେ ଅବସ୍ଥାପିତ କେ.ସି. ପବ୍ଲିକ୍ ସ୍କୁଲ ପରିସରରେ ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ସ୍ମୁତିରେ ତାହାଙ୍କ ଜନପ୍ରିୟତା କୁ ଅବଲୋକନ କରାଯାଇଛି ।ଆୟୋଜିତ ଏହି ରକ୍ତଦାନ ଶିବିର କୁ ରାଣୀ ସାହେବା ଙ୍କ ଭଉଣୀ ବିଦୁଲତା ଦେବୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଶିବିର ମାଧ୍ୟମରେ ସ୍ଵେଚ୍ଛାକୃତ ଭାବେ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ୨୦୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ରକ୍ତଭଣ୍ଡାର କୁ ପଠାଇ ଦିଆଯାଇଛି ।
ପ୍ରତିବର୍ଷ ଏଭଳି ରକ୍ତଦାନ ଶିବିର ଆୟୋଜନ ହୋଇ ଆସୁଅଛି । ଏହି ରକ୍ତଦାନ ଶିବିର ଆଜକୁ ପ୍ରାୟ ୩୧ ବର୍ଷ ହେଲା ଅୟୋଜନ ହୋଇ ଆସୁଅଛି ବୋଲି ଅନେକ ବିଜ୍ଞବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଅଞ୍ଚଳରେ ମଧ୍ୟ ଚଳିତବର୍ଷ ରାଣୀ ସାହେବା ଙ୍କ ୮୮ତମ ଜୟନ୍ତୀ ଅବସରରେ ଆନୁଷ୍ଠାନିକ ଭାବେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ତାହାଙ୍କ ଜୟନ୍ତୀ ଦିବସ ର ମହତ୍ତ୍ୱ କୁ ପ୍ରତିପାଦନ କରାଯାଇଛି । ଏହି ରକ୍ତଦାନ ଶିବିର ଆୟୋଜନ କରିବା ଦ୍ଵାରା ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା କୁହାଯାଏ ।
ଅନ୍ୟପକ୍ଷେ ରାଣୀ ସାହେବା ସ୍ୱର୍ଗତ ଭି. ସୁଜ୍ଞାନୀ କୁମାରୀ ଦେଓ ଙ୍କ ୮୮ତମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ବିଜ୍ଞାନ ମହାବିଦ୍ୟାଳୟ ଏବଂ ହିଞ୍ଜିଳିକାଟୁ ସ୍ଵଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଉଦ୍ଭୟ କଲେଜ ହତା ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଖଲ୍ଲିକୋଟ ରାଣୀ ସାହେବା ଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଚଳିତ ବର୍ଷ ଖଲ୍ଲିକୋଟ ରାଣୀ ସାହେବା ଙ୍କ ୮୮ତମ ଜୟନ୍ତୀ ପାଳନ ଅବସରରେ ବିବିଧ ଜନମଙ୍ଗଳ କାର୍ଯ୍ଯର ଆୟୋଜନ କରାଯାଇ ତାହାଙ୍କ ଜନପ୍ରିୟତା ଉପରେ ଆଲୋକପାତ କରାଯାଇ ଜନସଚେତନତା ସୃଷ୍ଟି କରାଯାଇଛି ।।

Leave a Reply

Your email address will not be published. Required fields are marked *