October 23, 2025
Home » ଖାଲ ରେ ପଡି ଯୁବକ ମୃତ: ଜନସାଧାରଣରେ ତୀବ୍ର ଅସନ୍ତୋଷ

ଖାଲ ରେ ପଡି ଯୁବକ ମୃତ: ଜନସାଧାରଣରେ ତୀବ୍ର ଅସନ୍ତୋଷ

0
WhatsApp Image 2025-09-25 at 1.26.44 PM

ଭେଡେନ ବ୍ଲକ୍ ର ବିଭିନ୍ନ ରାସ୍ତା ଆଜି କାମ ନ ହୋଇ ପଡିରହିଛି ।।ଖାଲ ଖମାରେ ବର୍ଷାପାଣି ଭର୍ତ୍ତି ହେଉଛି ।।ବଡ ବଡ ଖlଲ ରେ ପ୍ରାୟ ଅଣ୍ଟାଏ ପାଣି ରହୁଛି ।।ଯିବା ଆସିବା ବହୁ ବିପଦ ପୂର୍ଣ୍ଣ ରହୁଛି ।।ଅନେକ ଛୋଟ ବଡ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି ।।ଯେତେ ଅଭିଯୋଗ କଲେ ନା ପ୍ରଶାସନ ଶୁଣୁଛି ନା ବିଧାୟକ /ସାଂସଦ ଶୁଣୁଛନ୍ତି ।।ଏ ଭଳି ଏକ ସମ୍ବେଦନଶିଳଘଟଣା ଘଟିଛି ଭେଡେନ ବ୍ଲକ ର ଚିଚିଣ୍ଡା ବାଲିଟିକିରା ରେ ରାସ୍ତାରଃ ଥିବା ପାଣି ଭର୍ତ୍ତି ହୋଇଥିବା ଖାଲରେ ପଡି ଜଣେ ଯୁବକର ମୃତ୍ଯୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।।ମୃତବ୍ଯକ୍ତି ଜଣକ ୨୮ବର୍ଷ ବୟସ୍କ ଚାଲଟିକିରାର ପିଣ୍ଟୁ ରାଉତିଆ ବୋଲି ଜଣା ପଡିଛି ।।ଗ୍ରମବାସୀଙ୍କ ସୂଚନାମତେ ପିଣ୍ଟୁ ମଙ୍ଗଲବାର ରାତିରେ ଶୌଚ କରିବାକୁ ଜାଇ ଆଉ ଘରକୁ ନ ଫେରିବାରୁ ଗ୍ରମବାସୀ ଖୋଜାଖୋଜି କଲାପରେ ରାତି ୩ଟା ପରେ ରାସ୍ତା ଉପରେ ପାଣି ଭର୍ତ୍ତି ହୋଇଥିବା ଏକ ଖାଲରୁ ମୃତ ଅବସ୍ଥାରେ ଉଦ୍ଧାର କରଥିଲେ ।।ତାର ସ୍ବାସ୍ଥ ଜନିତ ସମସ୍ଯା ଥିବାରୁ ପାଣି ରେ ପଡି ମୃତ୍ଯୁ ହୋଇଥିବା ଜଣାପଡିଛି ।।

କାଳେ ପିଣ୍ଟୁ ବଞ୍ଚିଥୀବ ଭାବି ଲୋକେ ଅନେକ ଗାଡି ବାଲାକୁ ଫୋନ କରିଥିଲେ ମଧ୍ଯ ଉକ୍ତ ରାସ୍ତା ରଃ ଗାଡିଯିବା ସମ୍ଭବ ନ ଥିବାରୁ କେହି ଯାଇନଥିଲେ ।।ଖରାପ ରାସ୍ତା ଯୋଗୁଁ ଏଭଳି ଘଟଣା ଘଟିଥିବା ଗ୍ରମବାସୀ ଅଭିଯୋଗ କରିଛନ୍ତି ।।ଏହି ଖବର ପାଇ ଚିଚିଣ୍ଡା ସରପଞ୍ଚଙ୍କ ସ୍ବାମୀ ମକରଧ୍ବୟେହେର ଓ ପଞ୍ଚାୟତ କାର୍ଯ୍ଯନିରୂବାହି ଅଧିକାରୀ ବାଳମକୁନ୍ଦ ସେନ ଗ୍ରାମକୁ ଯାଇ ଏ ଘଟଣା ବିଷୟ ରେ ଜାଣି ଆଲୋଚନା କରି ଆସନ୍ତା କାଳି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।। ଏହି ରାସ୍ତାଚି ଚିଣ୍ଡାଗ୍ରାପଚାଲଟିକିରା ରୁ ବହାରି ବକଟି ପାଞ୍ଚାୟତ ଧୁବା ଟିକ୍ର ମୁଖ୍ଯ ରସ୍ତାକୁ ସଂଯୋଗ କରୁଛି ।।ରାସ୍ତା ର ଓସାରକମ୍ ଥିବାବେଳେ ଉଭୟ ପାର୍ଶ୍ଯ ଉଭୟ ରାସ୍ତl ରେ ଗଛପତ୍ର ରହିଛି ।। ଏହି ଘଟଣା କୁ ବରଗଡ ଜିଲ୍ଲା କୃଷକ ସଂଗଠନ ,ତଥା ବିଜୁଜନତା ଦଳ ଦୃଢ ନିନ୍ଦା କରୁଛି ।

 ଭେଡେନରୁ ହରିଶଙ୍କର ବେହେରାଙ୍କ ରିପୋର୍ଟ  ଇପିଏ ନ୍ଯୁଜ

Leave a Reply

Your email address will not be published. Required fields are marked *