July 29, 2025
Home » ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖୋଖୋ କେନ୍ଦ୍ର ଉଦଘାଟିତ

ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖୋଖୋ କେନ୍ଦ୍ର ଉଦଘାଟିତ

0
WhatsApp Image 2025-04-21 at 7.18.12 AM

କେନ୍ଦୁଝର: କେନ୍ଦୁଝର ନିଶାଗଡ଼ିଆସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଖୋଖୋ ପ୍ରଶିକ୍ଷଣ କେନ୍ଦ୍ରକୁ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ମହାକୁଡ, ଖେଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେଜ, ଜିତେନ୍ଦ୍ର ମହାକୁଡ଼,ଖୋଖୋ ପ୍ରଶିକ୍ଷକ କାଳିଦାସ ସୋରେନ, ବିଦ୍ୟାଳୟର ଖୋଖୋ ଖେଳାଳି ଛାତ୍ରୀ ଗଣ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *