June 11, 2026
Home » ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

0
WhatsApp Image 2026-06-11 at 2.51.02 PM (1)

 

ଖୋରଧା-ଜଟଣୀ:ନି ପ୍ର:- ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ୨୦୨୬ ପାଳନ ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ସପ୍ତାହ ବ୍ୟାପି ମଣ୍ଡଳ ଅଧୀନସ୍ଥ ବିଭିନ୍ନ ଲେଭେଲ କ୍ରସିଂ ଗେଟ୍‌ ଗୁଡ଼ିକରେ ଏକ ସ୍ୱତନ୍ତ୍ର ସୁରକ୍ଷା ସଚେତନତା ଅଭିଯାନ ପରିଚାଳନା କରାଯାଇଥିଲା।ଏହି ଅଭିଯାନ ଏଲ୍ ସି ନଂ କେପି-୯, କେପି ୧୧, କେପି-୧୪,କେପି-୨୭, ୨୦୨, ୨୫୫, ୨୬୩, ୧୧୮, ୧୧୯,୧୨୦, ୧୪୨,୧୪୭,୨୮୯,୨୯୨,୧୮୫ ଏବଂ ୨୧୯ ଠାରେ ଆୟୋଜିତ ହୋଇଥିଲା। ମଙ୍ଗଳବାର ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳନ ସହିତ ଏହି ଅଭିଯାନର ସମାପନ ହୋଇଥିଲା।

ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରୟାସ, ଯାହାର ଉଦ୍ଦେଶ୍ୟ ହେଉଛି ରେଳବାଇ ଲେଭଲ୍ କ୍ରସିଂ ଗୁଡ଼ିକରେ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।୨୦୨୬ ର ବିଷୟବସ୍ତୁ ହେଉଛି “ଆଜି ସତର୍କ,ଆସନ୍ତାକାଲି ସୁରକ୍ଷିତ”ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧୀନରେ ଥିବା ମଞ୍ଚେଶ୍ୱର ଏବଂ ବାରଙ୍ଗ ଷ୍ଟେସନ ମଧ୍ୟରେ ଅବସ୍ଥିତ ଲେଭେଲ କ୍ରସିଂ ଗେଟ୍ ନଂ ୧୮୫ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଧାରଣ ଜନତାଙ୍କୁ ରେଳବାଇ ଲେଭଲ୍ କ୍ରସିଂରେ ସୁରକ୍ଷିତ ଅଭ୍ୟାସ ବିଷୟରେ ଶିକ୍ଷା ଦେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକଳାପ ଯେପରିକି, ଲିଫଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ସହ ସୁରକ୍ଷା ବାର୍ତ୍ତା ପ୍ରଚାର ମାଧ୍ୟମରେ ସଡ଼କ ବ୍ୟବହାରକାରୀ ଏବଂ ସାଧାରଣ ଲୋକଙ୍କୁ ରେଳ ଲେଭେଲ କ୍ରସିଂରେ ସୁରକ୍ଷିତ ଆଚରଣ ସମ୍ପର୍କରେ ସଚେତନ କରାଯାଇଥିଲା।ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ଅଭିନୟ ରେଳ ଧାରଣା ପାର ହେବା ସମୟରେ ଧୈର୍ଯ୍ୟ ଓ ସତର୍କତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ଏବଂ ଗେଟ୍ ବନ୍ଦ ଥିବା ସମୟରେ କ୍ରସିଂ ପାର ହେବା ପାଇଁ କୌଣସି ଚେଷ୍ଟା କରାଯିବା ଉଚିତ୍ ନୁହେଁ ବୋଲି ଦର୍ଶାଇଥିଲା।ଖୋର୍ଦ୍ଧାରୋଡ୍ ବେସାମରିକ ପ୍ରତିରକ୍ଷା (ସିଭିଲ୍ ଡିଫେନ୍ସ) ସଂଗଠନର ସଦସ୍ୟମାନେ ମଧ୍ୟ ରେଳ ଧାରଣାରେ ଅନୁପ୍ରବେଶ କରିବା, ସେଲଫି ନେବା, ଭିଡିଓ ରିଲ୍ସ ତିଆରି କରିବା ଏବଂ ରେଳ ପରିସର ମଧ୍ୟରେ ଅନ୍ୟାନ୍ୟ ଅସୁରକ୍ଷିତ କାର୍ଯ୍ୟକଳାପ କରିବାର ବିପଦ ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ସୁବୋଧ ଚୌଧୁରୀ ମୁଖ୍ୟ ସୁରକ୍ଷା ଅଧିକାରୀ,ଶ୍ରୀ ପି. କେ. ବେହେରା ଏଡିଆରଏମ (ପରିଚାଳନ)ଖୋର୍ଦ୍ଧା ରୋଡ୍, ଶ୍ରୀ ଏ. ପି. ବାରିକ ଡେପୁଟି ସିଏସଓ/ଇଲେକ୍ଟ୍ରିକାଲ ଏବଂ ଅନ୍ୟାନ୍ୟ ବ୍ରାଞ୍ଚ ଅଧିକାରୀମାନେ ଲେଭଲ୍ କ୍ରସିଂ ଏବଂ ରେଳ ପରିସର ମଧ୍ୟରେ ସୁରକ୍ଷା ନିୟମାବଳୀ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ଦୋହରାଇ ସେମାନେ ସମସ୍ତ ରାସ୍ତା ବ୍ୟବହାରକାରୀ ଏବଂ ପଦଚାରୀ ମାନଙ୍କୁ ସତର୍କ ରହିବାକୁ ଏବଂ ନିର୍ଦ୍ଧାରିତ ସୁରକ୍ଷା ପ୍ରଣାଳୀ ଅନୁସରଣ କରିବାକୁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମଟି ଖୋର୍ଦ୍ଧାରୋଡ୍‌ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋ ନାରାୟଣ ମୀନାଙ୍କ ମାର୍ଗ ଦର୍ଶନରେ ଆୟୋଜିତ ହୋଇଥିବା ବେଳେ ସିଭିଲ୍ ଡିଫେନ୍ସ ଇନଷ୍ଟ୍ରକ୍ଟର ଶ୍ରୀ ସୁକେନ୍ଦ୍ର ବେହେରାଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା

Leave a Reply

Your email address will not be published. Required fields are marked *