ଗଏରବାଟା ପକା ସିମେଣ୍ଟ ରାସ୍ତା ମରାମତି ନା ପିଚୁ ରାସ୍ତା ହେବ କେବେ??

କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧୀନ ମିଣିଆ ଛକ ଠାରୁ ଗଏରବାଟା ଯାଏଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପିଚୁ ରାସ୍ତା ନିର୍ମାଣ ହୋଇଛି। ହେଲେ ଗଏରବାଟାରେ ପାଖାପାଖି ଏକ କି.ମି ପର୍ଯ୍ୟନ୍ତ ପିଚୁ ପଡ଼ିନାହିଁ, ଏଠାରେ ଫୁଲବାଣୀ ବ୍ଲକ ରୁ ଆଗରୁ ପକା ସିମେଣ୍ଟ ରାସ୍ତା ପୂର୍ବରୁ ଅଛି ଅଣଓସାରିଆ ହୋଇ ପଡ଼ିରହିଛି ଏଥି ପ୍ରତି କାହାରି ନଜର ନାହିଁ। ଏବେ ଓଏସଆରଟିସି ବସ ଚଳାଚଳ ହେଉଛି,ଗାଡ଼ି ଆସିଲେ ଆଊ ଗୋଟିଏ ସାଇକେଲ କିମ୍ଵା ମଟରସାଇକେଲ ଯିବା ସମ୍ଭବ ହେଉନାହିଁ। ଅଣଓସାରିଆ ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏନେଇ ଆର.ଡି ବିଭାଗ ଅଧିକାରୀ ଙ୍କୁ ଫୁଲବାଣୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଭଜରାମନ ପ୍ରଧାନ ଅଭିଯୋଗ କରିଥିଲେ ମଧ୍ୟ ବିଭାଗିୟ ଅଧିକାରୀ ସରକାର ଦେଲେ ନାହିଁ। ହେଲେ ଏବେ ସରକାର ବଦଳିଛି ନୂତନ ବିଜେପି ଡବଲ ଇଂଜିନି ସରକାର ଙ୍କ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଉମା ଚରଣ ମଲିକ ଙ୍କ ଦ୍ଵାରା ତଦନ୍ତ କରି ଅଣଓସାରିଆ ସିମେଣ୍ଟ ରାସ୍ତା କୁ ଓସାରିଆ ପିଚୁ ରାସ୍ତା ନିର୍ମାଣ ପାଇଁ ଆର.ଡି ବିଭାଗ କୁ ଅଞ୍ଚଳ ବାସୀଙ୍କ ଅନୁରୋଧ ଯେ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଧାୟକ ଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି, ମରାମତି କରାନଗଲେ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ ହେବ ବୋଲି ସାଧାରଣରେ ଦାବୀ ହେଉଛି।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ